ବାଣିଜ୍ୟ

+୨ ପରୀକ୍ଷାରେ ସହଯୋଗ କରିବେ ୬୬୨ ବର୍ଗ ଅଧ୍ୟାପକ

ଭୁବନେଶ୍ୱର, ୨୮ /୦୨/୨୦୨୩ –    ଲୋୟର PMGରେ ଗତ ୧୩ ତାରିଖ ଠାରୁ ଗଣଧାରଣା ଦେଇଥିବା ‘ନିଖିଳ ଓଡ଼ିଶା ୬୬୨ବର୍ଗ ବେସରକାରୀ କଲେଜ ଅଧ୍ୟାପକ କର୍ମଚାରୀ ସଂଘ’ ସହିତ ଆଲୋଚନା କରିଛନ୍ତି ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଅର୍ଥମନ୍ତ୍ରୀଙ୍କ ସହ ବୈଠକ ପରେ ବୁଧବାରଠୁ ଆରମ୍ଭ ହେବାକୁ ଯାଉଥିବା +୨ ପରୀକ୍ଷା ପରିଚାଳନାରେ ସହଯୋଗ କରିବାକୁ ସହମତି ପ୍ରଦାନ କରିଛି ସଂଘ ।

ତେବେ ପ୍ରତୀକ ଗଣଧାରଣା ଜାରି ରହିବ । ଆସନ୍ତା ୧୨ ତାରିଖ ମଧ୍ୟରେ ସେମାନଙ୍କ ଦାବି ପୂରଣ ନ ହେଲେ ପୁଣିଥରେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ସଂଘର ସଭାପତି ଗୋଲକ ନାୟକ ଚେତାବନୀ ଦେଇଛନ୍ତି । ଅର୍ଥମନ୍ତ୍ରୀ ସେମାନଙ୍କର ଦାବି ସଂପର୍କରେ ଅବଗତ ଅଛନ୍ତି । ସରକାର ପାତରଅନ୍ତର ଓ ବର୍ଗୀକରଣ ନକରି ୭ମ ବେତନ କମିସନ୍‌ଙ୍କ ନିୟମ ଆଧାରରେ ସମାନ ଗ୍ରେଡ୍‌-‌‌ପେ’କୁ ସମାନ ଦରମା ଦିଅନ୍ତୁ । ସମସ୍ତଙ୍କୁ ଗ୍ରାଚ୍ୟୁଇଟି ଓ ପେନସନ୍, ୨୦୧୮ ଜି.ଓ ପ୍ରତ୍ୟାଶୀମାନଙ୍କୁ ୭ମ ବେତନ ଏବଂ ଅସଂଗତି ପଦ ପାଇଁ ଆହୂତ ତଥ୍ୟକୁ ତୁରନ୍ତ ଯାଞ୍ଚ କରି ଅନୁଦାନ ପ୍ରଦାନ କରନ୍ତୁ। ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରି ତୁରନ୍ତ ଏହି ସମସ୍ୟାର ସମାଧାନ କରିବାକୁ ଦାବି କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com