ବାଣିଜ୍ୟ

ଆଞ୍ଚଳିକ କୃଷି ମହୋତ୍ସବ ଓ ଜିଲ୍ଲା କୃଷି ଯନ୍ତ୍ରପାତି ମେଳା ଉଦଘାଟିତ

ଭୁବନେଶ୍ୱର, ୦୭/୦୨/୨୦୨୩-   ରାଜ୍ୟରେ କୃଷକର ବିକାଶ ଏବଂ କୃଷିର ଉନ୍ନତି ପାଇଁ ଆଞ୍ଚଳିକ କୃଷି ମହୋତ୍ସବ ଓ ଜିଲ୍ଲା କୃଷି ଯନ୍ତ୍ରପାତି ମେଳା ମୟୂରଭଞ୍ଜରେ ଉଦଘାଟିତ ହୋଇଛି । ଏହି ମେଳା ୩ ଦିନ ଧରି ଚାଲିବ ।  ଚାଷୀମାନେ ଯଦି କୌଣସି ଯନ୍ତ୍ରପାତି କ୍ରୟ କରିବାକୁ ଚାହାଁନ୍ତି ସେମାନେ ସିଧାସଳଖ ଏହି ମେଳାରୁ ସବସିଡ ଯୁକ୍ତ ସାମଗ୍ରୀ ଆବେଦନ କରି ସଙ୍ଗେ ସଙ୍ଗେ କିଣିପାରିବେ ବୋଲି ଜିଲ୍ଲାପାଳ କହିଛନ୍ତି ।

ମୁଖ୍ୟଅତିଥି ଭାବେ ଯୋଗଦେଇ ରାଜ୍ୟ କୃଷି, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଏହାକୁ ଉଦଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ୍ , ରାଜ୍ୟସଭା ସାଂସଦ ମମତା ମହାନ୍ତ, ବିଧାୟକ ସୁଦାମ ମାରାଣ୍ଡି ରାଜ୍ୟ କୃଷି ଓ ଅନ୍ୟାନ୍ୟ ବିଭାଗର ନିର୍ଦ୍ଦେଶକ ଓ ବିଭିନ୍ନ ରାଜ୍ୟ ସ୍ତରୀୟ ଅଧିକାରୀ, ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com