ବାଣିଜ୍ୟ

୨୦୨୧-୨୨ ଆର୍ଥିକ ବର୍ଷରେ ମହାପ୍ରଭୁ ଜଗନ୍ନାଥଙ୍କ ଭୂ ସମ୍ପତ୍ତିରୁ ୫୫ କୋଟି ୮୦ ଲକ୍ଷ ଟଙ୍କା ଆଦାୟ ହୋଇଛି

ଭୁବନେଶ୍ୱର,୨୭/୧୧/୨୦୨୨-   ୨୦୨୧-୨୨ ଆର୍ଥିକ ବର୍ଷରେ ମହାପ୍ରଭୁ ଜଗନ୍ନାଥଙ୍କ ବିଭିନ୍ନ ଭୂ ସମ୍ପତ୍ତିରୁ ୫୫ କୋଟି ୮୦ ଲକ୍ଷ ୮୪ ହଜାର ୮୫୯ ଟଙ୍କା ଆଦାୟ ହୋଇଛି । ସେହିଭଳି ଗତ ୫ ବର୍ଷ ମଧ୍ୟରେ ୧୩୪ କୋଟି ୬୫ ଲକ୍ଷ ୨୯ ହଜାର ୧୫୧ ଟଙ୍କା ଆୟ ସଂଗ୍ରହ ହୋଇଛି । ଅନ୍ୟପକ୍ଷରେ ରାଜ୍ୟର ୨୪ଟି ଜିଲ୍ଲାରେ ଚିହ୍ନଟ ହୋଇଥିବା ୬୦ ହଜାର ୪୨୬ ଏକର ୯୪୩ ଡିସିମିଲ୍‍ ମହାପ୍ରଭୁଙ୍କ ଜମି ମଧ୍ୟରୁ ୩୮ ହଜାର ୬୧ ଏକର ୮୯୨ ଡିସିମିଲ୍‍ ଜମିର ସଂଶୋଧିତ ସ୍ୱତ୍ତଲିପି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପାଖରେ ରହିଛି । ଅବଶିଷ୍ଟ ୨୨ ହଜାର ୩୬୫ ଏକର ୫୧ ଡିସିମିଲ୍‍ ପରିମିତ ଜମିର ସଂଶୋଧିତ ସ୍ୱତ୍ତଲିପି ପ୍ରାପ୍ତ ହୋଇପାରି ନାହିଁ ବୋଲି ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି ।

ସେହିପରି ଓଡ଼ିଶା ବାହାରେ ୬ଟି ରାଜ୍ୟରେ ୩୯୫ ଏକର ୨୫୨ ଡିସିମିଲ୍‍ ଜମି ରହିଥିବା ସୂଚନା ମିଳିଛି । ଆଇନ ମନ୍ତ୍ରୀଙ୍କ ତଥ୍ୟ ଅନୁସାରେ ରାଜ୍ୟ ଭିତରେ ଥିବା ଶ୍ରୀଜିଉଙ୍କ ଜମି ମଧ୍ୟରୁ ୪୦ ଏକର ୭୯୯ ଡିସିମିଲ ପରିମିତ ଜମିକୁ ଶ୍ରୀମନ୍ଦିର ପ୍ରଶାସନ ବିକ୍ରି କରିଛି । ସେହିଭଳି ୧୦ ହଜାର ୮୦୮ ଏକର ୫୮୪ ଡିସିମିଲ୍‍ ଜମିର ମାଲିକାନାକୁ ନେଇ ମାମଲା ବିଚାରଧୀନ ରହିଛି । ଏହାକୁ ଫଇସଲା କରି ସଂଶୋଧିତ ସ୍ୱତ୍ତଲିପି ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କରିବା ନିମନ୍ତେ ତହସିଲଦାର ଓ ଉପଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com