ବାଣିଜ୍ୟ

ବିଧାୟକଙ୍କ ଦରମା ଭତ୍ତା ଅଧିକ ସପକ୍ଷରେ ଆସିଲା ମତ

 ଭୁବନେଶ୍ୱର, ୧୮/୧୧/୨୦୨୨-   କ୍ରମବର୍ଦ୍ଧିଷ୍ଣୁ ଦରଦାମ ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟର ବିଧାୟକଙ୍କ ଦରମା, ଭତ୍ତା, ଗସ୍ତ ଖର୍ଚ୍ଚ ଆଦି ବଢାଇବା ଜରୁରୀ ହୋଇଛି । ବ୍ୟାପକ ଅନୁଧ୍ୟାନ ଏବଂ ସମୀକ୍ଷା ପରେ ଏହି ସବୁ ସୁବିଧା ଅଧିକ ବଢାଇବା ସପକ୍ଷରେ ପରାମର୍ଶଦାତା କମିଟିର ଚତୁର୍ଥ ବୈଠକରେ ମତ ପ୍ରକାଶ ପାଇଛି । ଦରମା ବଢାଇବା ପାଇଁ ବିଗତ ଅଧିବେଶନରେ ଦଳମତ ନିର୍ବିଶେଷରେ ବିଧାୟକମାନେ ଗୁରୁତ୍ୱାରୋପ କରିଥିଲେ । ଏଭଳିକି ଗତ ଅଗଷ୍ଟ ମାସରେ ମୌସୁମୀ ଅଧିବେସନ ଚାଲିଥିବା ବେଳେ ବିଧାୟକମାନେ ଦରମା ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଦାବି ଜଣାଇଥିଲେ ।

ସବୁ କ୍ଷେତ୍ରରେ ଦର ବଢିବା ପରେ ଏହାକୁ ଦୃଷ୍ଟିରେ ରଖି ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ଦରମା ବଢା ଗଲାଣି । କିନ୍ତୁ ବିଧାୟକ ପାଉ ଥିବା ଦରମାକୁ ବିଚାରକୁ ନେଲେ ଆନୁପାତିକ ହାରରେ ସେମାନେ ପଛରେ ପଡିଛନ୍ତି । ଏହା ଉପରେ ଅଧିକ ତର୍ଜମା ପାଇଁ ବିଜେଡିର ବରିଷ୍ଠ ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଅଧ୍ୟକ୍ଷତାରେ ଏକ ୧୦ ଜଣିଆ ବିଧାନସଭାର ଉପଦେଷ୍ଟା କମିଟି ଗଠନ କରାଯାଇଛି । ଏହି କମିଟି ଇତି ମଧ୍ୟରେ ୪ ଥର ଏକାଠି ହୋଇ ଶେଷକୁ ଦରମା ବୃଦ୍ଧି ସପକ୍ଷରେ ମତ ଦେଇଛନ୍ତି । ଅନ୍ୟ ରାଜ୍ୟର ବିଧାୟକ ୨ ଲକ୍ଷରୁ ଅଢେଇ ଲକ୍ଷ ଦରମା ପାଉଛନ୍ତି । ଓଡ଼ିଶାରେ ବିଧାୟକଙ୍କ ଦରମା କମ ରହିଛି । ସବୁ ମିଶି ବିଧାୟକମାନେ ୯୮ ହଜାର ଟଙ୍କା ପାଉଛନ୍ତି । ବାଚସ୍ପତି ରିପୋର୍ଟ ପାଇବା ପରେ ଏହା ଉପରେ ଚଳିତ ଅଧିବେଶନରେ ଶେଷ ନିଷ୍ପତ୍ତି ନେବେ ବୋଲି ଆଶା କରାଯାଉଛି ।

 

Related Articles

Back to top button
WP Twitter Auto Publish Powered By : XYZScripts.com