ବାଣିଜ୍ୟ

ସ୍ପୋର୍ଟ୍ସଷ୍ଟାର ଆସେସ୍ ଆୱାର୍ଡ ଗ୍ରହଣ କଲେ ନବୀନ

ମୁମ୍ବାଇ, ୨୮ /୦୨/୨୦୨୩ –    କ୍ରୀଡ଼ାବିତମାନଙ୍କୁ ସହଯୋଗ ଓ ସବୁ କ୍ଷେତ୍ରରେ ଉତ୍ସାହିତ କରିବା ଆମର ଦାୟିତ୍ୱ । ସୋମବାର ସନ୍ଧ୍ୟାରେ ମୁମ୍ବାଇଠାରେ ଆୟୋଜିତ ସ୍ପୋର୍ଟ୍ସଷ୍ଟାର ଆସେସ୍ ଆୱାର୍ଡ ଗ୍ରହଣ ଅବସରରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, କ୍ରୀଡ଼ା କ୍ଷେତ୍ରରେ ଆମେ ବିପୁଳ ପୁଞ୍ଜି ବିନିଯୋଗ କରୁଛୁ । ଯୁବ ସମାଜପାଇଁ ସମ୍ବଳ ବିନିଯୋଗ କରିବା ଅର୍ଥ ଆମ ଭବିଷ୍ୟତ ସମ୍ବଳର ବିନିଯୋଗ । ଗତ ୫ ବର୍ଷ ମଧ୍ୟରେ ଆମ କ୍ରୀଡ଼ାବଜେଟ୍‌ ୧୦ଗୁଣବୃଦ୍ଧି ପାଇଛି । ଆସନ୍ତା ଆର୍ଥିକ ବର୍ଷରେ ଏହା ୧୨ଶହ କୋଟିରୁ ଅଧିକ ରହିଛି । ହକି ବିଶ୍ୱକପ୍ ସହିତ ଆମେ ଅନେକ ଆନ୍ତର୍ଜାତିକ ଟୁର୍ଣ୍ଣାମେଣ୍ଟକୁ ସଫଳତାର ସହ ଆୟୋଜନ କରିଛୁ । ଖେଳାଳିମାନଙ୍କ ପାଇଁ ବିଶ୍ୱସ୍ତରୀୟ ଭିତ୍ତିଭୂମି ନିର୍ମାଣ କରିବା ସହ ପ୍ରତିଯୋଗିତା ଜରିଆରେ ଖେଳାଳିମାନଙ୍କ ପ୍ରତିଭାକୁ ବିକଶିତ କରିବାକୁ ଉଦ୍ୟମ କରୁଛୁ ।

ଏହି ଅବସରରେ କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶାର ଜୟଯାତ୍ରାରେ ସାମିଲ ହେବାପାଇଁ ସେ ସମସ୍ତଙ୍କୁ ନିବେଦନ କରିବା ସହ ଆମେ ସମସ୍ତେ ମିଶି ଭାରତୀୟ କ୍ରୀଡ଼ାପାଇଁ ବିଶ୍ୱସ୍ତରରେ ଗୌରବ ହାସଲ କରିପାରିବା ବୋଲି ସେ କହିଥିଲେ ।

ଏହି ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମରେ ପୂର୍ବତନ ଭାରତୀୟ କ୍ରିକେଟ କ୍ୟାପଟେନ ସୁନୀଲ ଗାଭାସ୍କର, ଅଭିନବ ବିନ୍ଦ୍ରା, ବାଇଚୁଙ୍ଗ ଭୁତିଆ, ଅଞ୍ଜଳି ଭଗବତ, ଅପର୍ଣ୍ଣା ପୋପଟ, S.M ସୌମ୍ୟ ଓ ବିଶ୍ୱନାଥନ ଆନନ୍ଦ ପ୍ରମୁଖ ସଦସ୍ୟ ରହିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com