ବାଣିଜ୍ୟ

ସ୍ମାର୍ଟଫୋନ ଓ ଇଲେକ୍ଟ୍ରୋନିକ ଦ୍ରବ୍ୟ ଉପରେ ମିଳିବ ୮୦ ଶତକଡ଼ା ଯାଏ ରିହାତି

ନୂଆଦିଲ୍ଲୀ, ୦୪/୦୮/୨୦୨୨ –  ଆପଣ ସ୍ମାର୍ଟଫୋନ କିମ୍ୱା କୌଣସି ଇଲେକ୍ଟ୍ରୋନିକ୍ସ ଜିନିଷ କିଣିବାକୁ ଚାହୁଁଛନ୍ତି କି ? ତେବେ ଏହା ଉପଯୁକ୍ତ ସମୟ । ସ୍ମାର୍ଟଫୋନରେ ଆସିଛି ବମ୍ପର ଅଫର । ୬ ଅଗଷ୍ଟରୁ ଫ୍ଲିପକାର୍ଡରେ ଆରମ୍ଭ ହେଉଛି ବିଗ୍ ସେଭିଙ୍ଗ୍ ଡେ । ଏହି ଅଫର୍ ଅଗଷ୍ଟ ୧୦ ଯାଏ ରହିବା ସହ ୮୦ ଶତକଡ଼ା ଯାଏ ରିହାତି ମିଳିବ । ଅନଲାଇନ ସପିଂ ସାଇଟରେ ଆରମ୍ଭ ହୋଇସାରିଛି ରିହାତି । କେବଳ ଏତିକି ନୁହେଁ ଆଇଆଇସି ଏବଂ କୋଟକ ମହିନ୍ଦ୍ରା ବ୍ୟାଙ୍କର ଡେବିଡ ଓ କ୍ରେଡିଟ କାର୍ଡ ମାଧ୍ୟମରେ କିଣିଲେ ୧୦ ଶତକଡ଼ାରେ ସୁଧର ଡିସକାଉଣ୍ଟ ଅଫର୍ ମଧ୍ୟ ରହିଛି ।

ଫ୍ଲିପକାର୍ଡର ଲାଇଭ୍ ମାଇକ୍ରୋସାଇଟ ଅନୁସାରେ ୟୁଜର୍ସ ରାତି ୧୨ଟାରୁ ୨ଟା ରସ୍ ଆୱାର୍ ସହ ରାତି ୧୨ଟା, ସକାଳ ୮ଟା, ଏବଂ ଅପରାହ୍ନ ୪ଟା ସମୟରେ ୟୁଜର୍ସଙ୍କୁ କମ୍ପାନୀ ନିଜର ବେଷ୍ଟ ଡିଲ୍ ଅଫର କରିବ । ଏହି ୫ ଦିନର ଫ୍ଲିପକାର୍ଡ ବିଗ୍ ସେଭିଙ୍ଗ୍ ଡେ ସେଲରେ ଆପଲ୍, ଓପୋ, ଭିଭୋ ଓ ମଟ୍ରୋଲା ଭଳି ଅନ୍ୟ ସ୍ମାର୍ଟଫୋନରେ  ଧମାକାଦାର ଡିସକାଉଣ୍ଟର ଅଫର୍ ରହିଛି । ଆସନ୍ତା କିଛି ଦିନ ମଧ୍ୟରେ ଆଇଫୋନର ମୂଲ୍ୟ ହ୍ରାସ ହେବାର ସମ୍ଭାବନା ମଧ୍ୟ ରହିଛି । କେବଳ ସ୍ମାର୍ଟଫୋନ ନୁହେଁ ଅନେକ ଇଲେକ୍ଟ୍ରୋନିକ ଦ୍ରବ୍ୟ ଉପରେ ମଧ୍ୟ ରିହାତି ଦେଖିବାକୁ ମିଳିଛି । ଲାପଟପ୍, ଟାବଲେଟ୍, ହେଡଫୋନ, ଗେମିଙ୍ଗ୍ ମନିଟର ଓ ସ୍ପିକର୍ସ ଏସବୁରେ ୮୦ ଶତକଡ଼ା ଯାଏ ରିହାତି ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com