Breaking NewsFeaturedଓଡ଼ିଶାଜାତୀୟ

ମାଡ଼ି ଆସୁଛି ବାତ୍ୟା, ସାଂଘାତିକ ରୂପ ନେବା ସହ କୋଉଠି ଲ୍ୟାଣ୍ଡ୍ ଫଲ୍ କରିବ ଜାଣନ୍ତୁ

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ଆରବ ସାଗରରୁ ସୃଷ୍ଟ ବାତ୍ୟା ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସାମୁଦ୍ରିକ ଗଭୀର ଅବପାତ ରୂପ ନେବ । ବାତ୍ୟା “ବିପର୍ଯ୍ୟୟ’ ପାକିସ୍ତାନରେ ଲ୍ୟାଣ୍ଡଫଲ୍ କରିବ ବୋଲି ମୁମ୍ୱାଇସ୍ôଥିତ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ପୂର୍ବରୁ ପାଣିପାଗ କାର୍ଯ୍ୟାଳୟ ଜାରି କରିଥିବା ବୁଲେଟିନ୍‌ରେ କହିଥିଲା ଯେ, ମଙ୍ଗଳବାର ସକାଳ ୮.୩୦ ସୁଦ୍ଧା ଉକ୍ତ ବାତ୍ୟାର ଅବପାତ ରୂପ କରାଚୀଠାରୁ ୧,୪୯୦ କିଲୋମିଟର୍ ଦୂରରେ ଥିଲା । ଅନ୍ୟପଟେ ଏହି ବାତ୍ୟା ଯୋଗୁଁ ମୁମ୍ୱାଇରେ ମୌସୁମୀ ବାୟୁ ପହଞ୍ଚିବାରେ ମଧ୍ୟ ବିଳମ୍ୱ ଘଟିବ ।

ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ କର୍ଣ୍ଣାଟକ, ଗୋଆ, ମହାରାଷ୍ଟ୍ର ଏବଂ ଗୁଜରାଟର ଉପକୂଳ ଅଞ୍ଚଳରୁ ବାତ୍ୟା ଦୂରେଇ ଯାଇଥିଲେ ବି ଏହି ସମସ୍ତ ଅଞ୍ଚଳରେ ଖୁବ୍ ଜୋରରେ ପବନ ବହିବା ସହ ବର୍ଷା ହେବ । ଘୂର୍ଣ୍ଣିବଳୟ ଏବେ ଦ୍ରୁତ ଗତିରେ ଉପକୂଳବର୍ତ୍ତି ଅଞ୍ଚଳ ଆଡ଼କୁ ଗତି କରୁଛି । ଆସନ୍ତା ୬ ଘଣ୍ଟା ମଧ୍ୟରେ ଏହି ଘୂର୍ଣ୍ଣିବଳୟ ଆହୁରି ତୀବ୍ର ହେବ । ମଙ୍ଗଳବାର ରାତି ସାଢେ୧୧ ରେ ଗୋଆ ଉପକୂଳରୁ ୯୦୦ କିମି ଦୂରରେ ଆରବ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିଲା ।

ବର୍ତ୍ତମାନ ସମୁଦ୍ର ଭିତରେ ଏହା ୯୦-୧୦୦ କିମି ବେଗରେ ପବନର ଗତି କରୁଛି । ବୁଧବାର ସନ୍ଧ୍ୟାଠାରୁ ପବନର ବେଗ ବଢିବା ସହ ଘଣ୍ଟାପ୍ରତି ୧୦୫-୧୧୫ କିମି ରହିବ । କେତେକ ସ୍ଥାନରେ ଏହା ୧୨୫ କିମି ଛୁଇଁବ ବୋଲି ଆଇଏମ୍‌ଡି ପକ୍ଷରୁ କୁହାଯାଇଛି । “ବିପର୍ଯ୍ୟୟ” କାରଣରୁ ଜୁନ୍ ୮ରୁ୧୦ ତାରିଖ ପର୍ଯ୍ୟନ୍ତ କେରଳ-କର୍ଣ୍ଣାଟକ ଉପକୂଳବର୍ତ୍ତି ଅଞ୍ଚଳ ଏବଂ ଲକ୍ଷାଦ୍ୱୀପ -ମାଲଦ୍ୱୀପ ନିକଟବର୍ତ୍ତି ଅଞ୍ଚଳ କୋଙ୍କଣ, ଗୋଆ, ମହାରାଷ୍ଟ୍ରର ସମୁଦ୍ରରେ ଉଚ୍ଚ ଜୁଆର ଆସିବ । ଏନେଇ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି ।

 

Related Articles

Back to top button
WP Twitter Auto Publish Powered By : XYZScripts.com