Featuredଅନ୍ତର୍ଜାତୀୟଜୀବନଶୈଳୀସ୍ୱାସ୍ଥ୍ୟ

ଟୋକା ଦେଖାଯିବା ପାଇଁ ଏମିତି କରୁଛନ୍ତି ୪୫ ବର୍ଷୀୟ ବ୍ୟକ୍ତି…

୧୮ ବର୍ଷର ଯୁବକ ଭଳି ଦେଖା ହେବାର ନିଶା, ବର୍ଷକୁ ଖର୍ଚ୍ଚ କରୁଛନ୍ତି ୧୬ କୋଟି 

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ସୁନ୍ଦର ଦେଖାଯିବା ପାଇଁ ବା ନିଜକୁ ସୁସ୍ଥ ରଖିବା ପାଇଁ ଲୋକମାନେ କେତେ କଣ କରନ୍ତି ତାର କଳନା ନାହିଁ । କିଏ ଖାଦ୍ୟ ଉପରେ ଧ୍ୟାନ ଦିଏ ତ ଆଉ କିଏ ଟଙ୍କା ଖର୍ଚ୍ଚ କରି ବିଭିନ୍ନ ପ୍ରକାରର ଅସ୍ତ୍ରୋପଚାର କରେ । କିନ୍ତୁ ନିଜକୁ ଫିଟ୍ ରଖିବା ପାଇଁ କେହି ଯଦି ବର୍ଷକୁ ୧୫ କୋଟିରୁ ଉର୍ଦ୍ଧ୍ୱ ଖର୍ଚ୍ଚ କରେ ତେବେ ଏହା ବିଶ୍ୱାସ କରିବା କଷ୍ଟକର । କିନ୍ତୁ ଏହା ସତ ଅଟେ । ଜଣେ ବ୍ୟକ୍ତି ନିଜକୁ ୧୮ ବର୍ଷର ଯୁବକ ଭଳି ଦେଖାଯିବା ପାଇଁ ସବୁ କିଛି କରୁଛନ୍ତି ଯାହା ତାଙ୍କ ଦ୍ୱାରା ସମ୍ଭବ ହେଉଛି । ଏକ୍ସରସାଇଜ୍ ଟ୍ରିଟମେଣ୍ଟ ସହ ସେ ଖାଇବା ପିଇବା ଉ ପରେ ବିଶେଷ ଧ୍ୟାନ ରଖୁଚନ୍ତି । ଆଉ ଏହି ବ୍ୟକ୍ତି ହେଉଛନ୍ତି ବ୍ରାୟନ ଜନ୍‌ସନ୍ ।

ବ୍ରାୟନ ଜନ୍‌ସନ୍ ଆମେରିକାର କାର୍ଲିଫର୍ଣ୍ଣିୟାର କେରନେଲ୍ କୋ ବାୟୋଟେକ୍ କମ୍ପନୀର ସିଇଓ ଅଟନ୍ତି । ଆଉ ସେ ୧୮ ବର୍ଷର ଯୁବକ ଭଳି ଦେଖାଯିବାକୁ ପ୍ରତି ବର୍ଷ ୧୬ କୋଟି ଖର୍ଚ୍ଚ କରନ୍ତି । ଆଉ ଏତବ ପାଇଁ ସକାଳ ୧୧ଟାରେ ସେ ଡ଼ିନର କରନ୍ତି ଅର୍ଥାତ୍ ଏହା ପରେ ସେ ଆଉ କିଛି ଖାଆନ୍ତି ନାହିଁ । ଟ୍ୱିଟରରେ ଜଣେ ଉପଭୋକ୍ତା ଏ ସମ୍ପର୍କରେ ବ୍ରାୟନ୍‌ଙ୍କୁ ପଚାରିଥିଲେ କି ଆପଣ କିଛି ଭୁଲ୍ କହୁଛନ୍ତି ? ଉତ୍ତରରେ ବ୍ରାଏନ୍ କହିଛନ୍ତି ଯେ ମୁଁ କେବଳ ସକାଳ ୬ଟାରୁ ୧୧ଟା ପର୍ଯ୍ୟନ୍ତ ଖାଏ । ସକାଳ ୧୧ଟାରେ ମୁଁ ମୋର୍ ଶେଷ ମିଲ୍ ଖାଇଥାଏ । ତେବେ ବ୍ରାଏନ୍ ନିଜର ବୟସ ହ୍ରାସ ପାଇଁସାରା ବିଶ୍ୱରେ ଜଣାଶୁଣା , କୁହାଯାଏ ଯଦି ବ୍ରାଏନ୍ ଏଥିରେ ସଫଳ ହୁଅନ୍ତି ତେବେ ଏହା ବିଜ୍ଞାନର ଏକ ବଡ଼ ଚମତ୍କାରିତା ହେବ ।

ବ୍ରାଏନଙ୍କୁ ବର୍ତ୍ତମାନ ୪୫ ବର୍ଷ । ଶାରୀରିକ ବୟସ ହ୍ରାସ କରିବା ପାଇଁ ସେ ଏକ ପ୍ରୋଜେକ୍ଟରେ କାମ କରୁଛନ୍ତି । ଏହି ପ୍ରେଜେକ୍ଟ ମାଧ୍ୟମରେ ସେ ତାଙ୍କର ଏପିଜେନେଟିକ୍ ବୟସକୁ ୫ବର୍ଷ ଏକ ମାସକୁ ହ୍ରାସ କରିଛନ୍ତି ।ଏହି ପ୍ରୋଜେକ୍ଟର ନାମ ସେ ‘ପ୍ରୋଜେକ୍ଟ ବ୍ଲୁ ପ୍ରିଣ୍ଟ’ ରଖିଛନ୍ତି । ଏକ ରିପୋର୍ଟ ଅନୁଯାୟୀ ଏଥିରେ ୩୦ ଜଣ ଡ଼ାକ୍ତର ଏବଂ ମେଡ଼ିକାଲ ବିଶେଷଜ୍ଞ ଟିମ୍ କାର୍ଯ୍ୟ କରୁଛନ୍ତି । ସେମାନଙ୍କର କାମ ହେଉଛି ବ୍ରଏନ୍‌ଙ୍କ ଶରୀର ପ୍ରତ୍ୟେକ ପରିବର୍ତ୍ତନ ପ୍ରତି ଧ୍ୟାନ ଦେବା । ପ୍ରୋଜେକ୍ଟ ଅନୁଯାୟୀ ସେ ଏକ ଷ୍ଟ୍ରିଟ୍ ରୁଟିନ୍ ଅନୁସରଣ କରୁଛନ୍ତି । ସେ ଚାହିଁଲେ ମଧ୍ୟ କୌଣସି ଆମିଷ ଖାଦ୍ୟ ଖାଇପାରିବେ ନାହିଁ। ତାଙ୍କୁ ୧୯୭୭ କ୍ୟାଲୋରୀ ନେବାକୁ ପଡ଼ିବ ।

Related Articles

Back to top button
WP Twitter Auto Publish Powered By : XYZScripts.com