ଜୀବନଶୈଳୀ

କୃଷି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବ ଓଡ଼ିଶା

ଭୁବନେଶ୍ୱର, ୧୧ /୧୦/୨୦୨୨-  କୃଷି କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବା ପାଇଁ ରାଜ୍ୟ ସରକାର ଠୋସ୍ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି । ଶୀତଳ ଭଣ୍ଡାର-କେନ୍ଦ୍ରିକ କ୍ଲଷ୍ଟର ପଦ୍ଧତିରେ ଆସନ୍ତା ରବି ଋତୁରେ ୧୫,୦୦୦ ହେକ୍ଟର ଅଞ୍ଚଳରେ ପିଆଜ, ଆଳୁ, ଟମାଟୋ ଏବଂ କୋବି ଚାଷକୁ ପ୍ରୋତ୍ସାହିତ କରିବାକୁ ସରକାର ଯୋଜନା କରିଛନ୍ତି । ଅନୁକୂଳ ପରିବେଶ ସହିତ ଉପଯୁକ୍ତ ସାଇଟଗୁଡିକ ଏହି ପନିପରିବା ଏବଂ ଏହାର ବିବିଧତା ସହିତ ମସଲାକୁ ପ୍ରୋତ୍ସାହିତ କରିପାରେ ବୋଲି ଉଦ୍ୟାନ କୃଷି ନିର୍ଦ୍ଦେଶକ ବିଭାଗର ଡେପୁଟି ଡାଇରେକ୍ଟର ଏବଂ ସହକାରୀ ନିର୍ଦ୍ଦେଶକଙ୍କ ସହ ଯୋଗାଯୋଗରେ କହିଛନ୍ତି ।

ଆଳୁ ଏବଂ ପିଆଜ ଚାଷ ପାଇଁ ପ୍ରତ୍ୟେକ ୫,୦୦୦ହେକ୍ଟର ଲକ୍ଷ୍ୟ ଧାର୍ଯ୍ୟ କରାଯାଇ ଥିବାବେଳେ ଟମାଟୋ, କୋବି ଏବଂ ଫୁଲକୋବି ଚାଷ ପାଇଁ ଜିଲ୍ଲାରେ ସମାନ କ୍ଷେତ୍ର ଚିହ୍ନଟ କରିବାକୁ ପଡିବ । ଆଳୁ ଏବଂ ପିଆଜ ଚାଷ ପାଇଁ ସରକାର ପ୍ରତ୍ୟେକ ୨୯ କୋଟି ଟଙ୍କା ଏବଂ ଟମାଟୋ, କୋବି ଏବଂ ଫୁଲକୋବି ପାଇଁ ୧୦ କୋଟି ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବେ ବୋଲି ଜଣାପଡିଛି । ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ କହିଛି ଯେ ଏହି ପନିପରିବା ଫସଲର କ୍ଷେତ୍ର ବିସ୍ତାରକୁ ଏହାର ପାରମ୍ପାରିକ ଚାଷ ସମୟ ବାଦ ଏହି ସବୁ ଚାଷ କରିବାକୁ ପଡିବ । ଏହି କାର୍ଯ୍ୟକୁ ଅକ୍ଟୋବର ୧୫ ପୂର୍ବରୁ ସମାପ୍ତି କରିବାକୁ ନିର୍ଦ୍ଦେଶ ଦିଆ ଯାଇଛି । ଏବଂ ଏହି କାର୍ଯରେ କୃଷକ ଉତ୍ପାଦନ ସଂଗଠନ , କୃଷକ ଗୋଷ୍ଠୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଅଧିକ ପ୍ରାଧାନ୍ୟ ଦିଆଯାଇ ତାଙ୍କୁ ସାମିଲ କରାଯିବ।

Related Articles

Back to top button
WP Twitter Auto Publish Powered By : XYZScripts.com