Featuredଅନ୍ତର୍ଜାତୀୟଜୀବନଶୈଳୀ

୫ ଷ୍ଟାର କି ୭ ଷ୍ଟାର ନୁହେଁ, କିନ୍ତୁ ଏହି ହୋଟେଲରେ ମିଳେ ସବୁ ସୁବିଧା

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ଆପଣ ଅନେକ ସମୟରେ ୭ ଷ୍ଟାର ହୋଟେଲ ବିଷୟରେ ଜାଣିଥିବେ । ସେଠାକାର ଫାସିଲିଟିଜ ବି ଆପଣଙ୍କୁ ଜଣାଥିବ। ହେଲେ ଦୁୁନିଆରେ ଏମମିତି ହୋଟେଲ ଅଛି ଯାହା ଫାଇଭଷ୍ଟାର କି ୭ ଷ୍ଟାର ହୋଟେଲ ନୁହେଁ । କିମ୍ବା ଏହି ହୋଟେଲ ଏତେ ବି ଫେମସ ନୁହେଁ । ସେଠାରେ ଆପଣ ତାରକା ହୋଟେଲ ଭଲି ଫାସିଲିଟିଜ ପାଇନପାରନ୍ତି ସତ ହେଲେ ସେଠାରେ ରହିବାର ଯେଉଁ ମଜା ତାହା ଆଉ କେଉଁ ହୋଟେଲରେ ବି ପାଇବେନି । ତେବେ କେଉଁଠି ଅଛି ସେହି ହୋଟେଲ ଆସନ୍ତୁ ଜାଣିବା ।

  • ଗ୍ଲାସ ଇଗଲୁସ

Glass Igloos Finland

ଗ୍ଲାସ ଇଗଲୁସ ଗୋଲ୍ଡେନ କ୍ରାଉନ ଫିନଲ୍ୟାଣ୍ଡ ସହର ଲେଭି ଠାରୁ ୧୦ କିମି ଦୂରରେ ଥିବା ଏହି ସୁନ୍ଦର ସ୍ଥାନରେ ରହିଛି । କହିବାକୁ ଗଲେ ଏଠାକା ତାପମାତ୍ର ଶୀତଦିନେ ମାଇନସ ୧୦ ଡିଗ୍ରୀ ସେଣ୍ଟିଗ୍ରେଟ ହେଇଥାଏ । ହେଲେ ଏଠାରେ ଥିବା ଗ୍ଲାସ ଇଗଲୁସର ଭିତର ସେଣ୍ଟ୍ରାଲ ହିଟେଡ ରହିଥାଏ । ଫଳରେ ଯେକୌଣସି ସମୟରେ ଭିତରର ତାପମାତ୍ରା କୁ ନିୟନ୍ତ୍ରରେ ରଖିଥାଏ । ଏହି ଗ୍ଲାସ ଇଗଲୁସ ନଥରନ ଲାଇଟ୍ସ ପାଇଁ ଅଧିକ ଫେମସ । କାରଣ ରାତିରେ ଶୋିବା ସମୟରେ ଖୋଲା ଆକାଶ ଆଖି ସାମ୍ନାରେ ରହିଥାଏ । ଯେଉଁଥିରେ ସୁନ୍ଦର ତାରା ସାଙ୍ଗକୁ ନଥରନ ନାଇଟସ ବି ଆକାଶକୁ ଆହୁରି ସୁନ୍ଦର କରିଦେଇଥାଏ । ଡବଲ ବେଡ, ସୌଚାଳୟ, ହିଟ ସାୱାର ଏବଂ କିଚେନ ସମେତ ବାହାରେ ଏକ ପ୍ରାଇଭେଟ ହିଟେଡ ପୁଲ ମଧ୍ୟ ରହିଥାଏ । ଏହି ଗ୍ଲାସ ଇଗଲୁସରେ କେବଳ ଗୋଟିଏ ରିତ୍ରି ଯାପନ ପାଇଁ ୧ ଲକ୍ଷ ୧୨ ହଜାର ଟଙ୍କା ଦେବାକୁ ପଡିଥାଏ ।

  • କୋକୋପେଲିସ କେଭ ହୋଟେଲ

Kokopelli's Cave Hotel Mexico

ମେସ୍କିକୋର ସହର ଫାର୍ମ ଇଣ୍ଟନ୍ସ ଠାରୁ ମାତ୍ର ୧୦ ମିନିଟ ଦୂରରେ ରହିଛି କୋକୋପେଲିସ କେଭ ହୋଟେଲ । ଦୂରରୁ ଦେଖିଲେ ଆପଣଙ୍କୁ ଏହା ଏକ ପାହାଡ ଭଳି ଦେଖାଯିବ । ହେଲେ ଏହା ଭିତରେ ଏକ ହୋଟେଲ ରହିଛି । ଯାହା ପାହାଡକୁ ଭିତରୁ କାଟିକାଟି ତିଆରି କରାଯାଇଛି । ହୋଟେଲର ବେଡ ରୁମରୁ ଆରମ୍ଭ କରି ବସିବା ସ୍ଥାନ ପର୍ଯ୍ୟନ୍ତ ସବୁକିଛି ପାହାଡକୁ କାଟି କାଟି କରାଯାଇଛି । ଏହି ହୋଟେଲ ଭିତରେ ଶୋଇବା ଘର, ଶୌଚ ଗୃହ, ବସିବା ସ୍ଥାନ ଏବଂ ରୋଷେଇ ଗୃହ ସବୁ କିଛି ରହିଛି । ପାହାଡ ବାହାରେ ତାପମାତ୍ରା ଯେତେବି ଥାଉ ନା କାହିଁକି ଭିତରର ତାପମାତ୍ରା ବର୍ଷ ସାରା ୨୦ ଡିଗ୍ରୀ ସେଣ୍ଟିଗ୍ରେଡ ରହିଥାଏ । ସେହିପରି ମାତ୍ରା ୨୬ଶହ ଟଙ୍କାରେ ଏହି ହୋଟେଲରେ ଗୋଟିଏ ରାତି ଆପଣ ରହିପାରିବେ ।

  • ଡ୍ରୋମେନ ଆନ୍ ଜି

Special overnight stays at Dromen aan Zee

ନେଦରଲ୍ୟାଣ୍ଡର ସାହିସ ସମୁଦ୍ର ଉପରେ ଥିବା ଏହା ହେଉଛି ସବୁଠୁ ନିଆରା ହୋଟେଲ । ଏହି ଫଟୋରେ ଆପଣ ଦେଖୁଥିବା ଜାହାଜ, ଘର ଏବଂ ବସ ଏସବୁ ହୋଟେଲ ନୁହନ୍ତି ବରଂ ହୋଟେଲ ହେଉଛି ଏହି ଫଟୋରେ ଥିବା ସବୁଠୁ ବଡ କ୍ରେନ । ଜାହାଜକୁ ଉଠାଉଥିବା ଏହି ମଜଭୁତ କ୍ରେନ ହେଉଛି ନେଦରଲ୍ୟାଣ୍ଡ ସହରର ହାଲିଙ୍ଗନରେ ଥିବା ଡ୍ରୋମେନ ଆନ ଜି ନାମରେ ଜଣାଯାଏ । ଲିପ୍ଟ ସାହାଯ୍ୟରେ ଏହି କେବିନକୁ ଯିବା ମାତ୍ରେ ହିଁ ଆପଣ ଏକ ବିଳାସମୟ କୋଠରି ପାଇବେ । ଯାହାର ଝରକାରୁ ସମୁଦ୍ରର ସୁନ୍ଦର ଚିତ୍ର ଦେଖିବାକୁ ପାଇବେ । ଯଦି ଗୋଟେ ପାଖର ସୌନ୍ଦର୍ଯ୍ୟ ପସନ୍ଦ ନଆସେ ତେବେ ଆପଣ ଚାହିଁଲେ କ୍ରେନର ଦିଗ ବଦଳାଇ ପାରିବେ ।

  • ବୋଇଙ୍ଗ ୭୨୭ ହୋଟେଲ

Airplane Hotel in Costa Rica

କୋଷ୍ଟାରିକାର ଘଞ୍ଚ ଜଙ୍ଗଲରେ ଥିବା ଏ ହେଉଛି ବୋଇଙ୍ଗ ୭୨୭ ହୋଟେଲ । ଏହା ପ୍ଲେନଟି ୧୯୬୫ ର ମଡେଲ । ଯାହାକୁ ଦ ୭୨୭ ଫୁ୍ୟଜଲାଜ ହୋମ ବି କୁହାଯାଏ । ଏହି ବିମାନର ବାହାର ଅଂଶ ବାସ୍ତବିକ ଥିବା ବେଳେ ଭିତରର ମଡେଲ କୁ ବଦଳା ଯାଇ ଏକ ଗେଷ୍ଟ ହାଉସ ତିଆରି କରାଯାଇଛି। ଏହି ଏରୋପ୍ଲେନ ଗେଷ୍ଟ ହାଉସରୁ ଜଙ୍କଲ ଏବଂ ସମୁଦ୍ରର ସୌନ୍ଦର୍ଯ୍ୟର ଭରପୁର ମଜା ଉଠେଇ ପାରିବେ । ଶୋଇବା ଘର, ସୌଚ ଗୃହ ସମେତ ଏହାରି ଭିତରେ ରୋଶେଇ ଘର ମଧ୍ୟ ରହିଛି । ଏଠାରୁ ନିଜ ମନ ପସନ୍ଦର ଖାଦ୍ୟ ସାମଗ୍ରୀ ନେଇ ଗ୍ୟାଲେରୀରେ ବସି ଆପଣ ଖାଇ ପାରିବେ। ଯଦି ଆପଣ ଏହି ଏରୋପ୍ଲେନ ଗେଷ୍ଟ ହାଉସରେ ଗୋଟିଏ ରାତି ରହିବାକୁ ଚାହୁଁଛନ୍ତି ତେବେ ଆପଣ ୩୦ ହଜାର ଟଙ୍କା ଖର୍ଚ୍ଚକରି ଏଠାରେ ରହିପାରିବେ।

Related Articles

Back to top button
WP Twitter Auto Publish Powered By : XYZScripts.com