Featuredଜାତୀୟରାଜନୀତି

ଟିକେଟ ନଦେବାରୁ ଆମ୍ ଆଦ୍‌ମି ପାର୍ଟି’ର ନେତାଙ୍କ ହାଇ ଭୋଲଟେଜ୍ ଡ୍ରାମା

ଦିଲ୍ଲୀ ନଗରନିଗମ ନିର୍ବାଚନ ପୂର୍ବରୁ ଆମ୍ ଆଦ୍‌ମି ପାର୍ଟି’ର ନେତାଙ୍କ ହାଇ ଭୋଲଟେଜ୍ ଡ୍ରାମା ଦେଖିବାକୁ ମିଳିଛି। ପୂର୍ବତନ କାଉନ୍‌ସିଲର ହସୀବ୍‌-ଉଲ୍‌-ହସନ୍‌ଙ୍କୁ ଟିକେଟ ନଦେବାରୁ ସେ ଦିଲ୍ଲୀସ୍ଥିତ ଶାସ୍ତ୍ରୀ ପାର୍କ ମେଟ୍ରୋ ଷ୍ଟେସନ୍ ସମ୍ମୁଖ ଉଚ୍ଚ-କ୍ଷମତାସମ୍ପନ୍ନ ତାର ଟଣାଯାଇଥିବା ବିଜୁଳି ଟାୱାର୍ ଉପରକୁ ଚଢ଼ିଯାଇ ଆତ୍ମହତ୍ୟା କରିବା ନେଇ ଧମକ ଦେଇଥିଲେ। ଏପରିକି ଯଦି ସେ ଟାୱାର୍ ଉପରୁ ଡେଇଁ ଆତ୍ମହତ୍ୟା କରୁଛନ୍ତି, ତେବେ ସେଥିପାଇଁ ଅତିଶି-ଦୁର୍ଗେଶ ଦାୟୀ ରହିବେ ବୋଲି ସେ କହିଛନ୍ତି । ହସୀବ୍‌-ଉଲ୍‌-ହସନ୍‌ଙ୍କୁ ଦିଲ୍ଲୀ ନଗରନିଗମରୁ ପ୍ରାର୍ଥୀ କରିବାକୁ ଆମ୍ ଆଦମୀ ପାର୍ଟି ପ୍ରତିଶ୍ରୁତି ଦେଇଥିଲା । ହେଲେ ଦିଲ୍ଲୀ ‘ଏମ୍‌ସିଡି’ ନିର୍ବାଚନ ନିମନ୍ତେ ‘ଆପ୍‌’ ଶନିବାର ଦିନ ପ୍ରଥମ ତାଲିକାରେ ୧୩୪ଜଣ ପ୍ରାର୍ଥୀଙ୍କ ନାମ ପ୍ରକାଶ କରିଛି। ଟିକେଟ୍ ପାଇଥିବା ୧୩୪ଜଣଙ୍କ ମଧ୍ୟରୁ ୭୦ଜଣ ହେଉଛନ୍ତି ମହିଳା। ଏହି ତାଲିକାରେ ଆମ୍ ଆଦ୍‌ମି ପାର୍ଟି ପୂର୍ବତନ କାଉନ୍‌ସିଲର ହସୀବ୍‌-ଉଲ୍‌-ହସନ୍‌ଙ୍କ ନାମ ନଥିଲା। ଯାହାକୁ ନେଇ ସେ ରାଗିଯିବା ସହ ଟାୱାର ଉପରୁ ତଳକୁ ଡେଇଁ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିଛନ୍ତି। ଘଟଣାସମ୍ପର୍କରେ ଜାଣିବାପରେ ସ୍ଥାନୀୟ ଲୋକ ଓ ପୁଲିସ,ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିଥିଲେ। ବର୍ତ୍ତମାନ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରୁ ତାଙ୍କୁ ଉଦ୍ଧାର କରିଥିବା ଜଣାପଡିଛି।

Related Articles

Back to top button
WP Twitter Auto Publish Powered By : XYZScripts.com