ଓଡ଼ିଶା

ରାଜ୍ୟରେ ଆଉ ଦୁଇଦିନ ଘନ କୁହୁଡି: ସତର୍କ କଲା ପାଣିପାଗ ବିଭାଗ

ରାଜ୍ୟରେ ଶୀତର ପ୍ରକୋପ କମ୍ ରହିଥିବା ବେଳେ ଅଧିକାଂଶ ସ୍ଥାନରେ ଘନ କୁହୁଡ଼ି ଦୃଶ୍ୟମାନ ହେଉଛି ଯାହା ଜନଜୀବନକୁ ପ୍ରଭାବିତ କରୁଛି । ଅନେକ ସମୟରେ ଦୁର୍ଘଟଣା ଭଳି ମାମଲା ସାମ୍ନାକୁ ଆସୁଛି । ଆସନ୍ତା ୯ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦୃଶ୍ୟମାନ ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଜାନୁଆରୀ ୭ ଓ ୮ ତାରିଖରେ ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କନ୍ଧମାଳ, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, କଟକ ଓ ଜଗତସିଂହପୁରରେ ଘନ କୁହୁଡ଼ି ଦେଖାଯିବ ।

ଶନିବାର ଜି.ଉଦୟଗିିରିରେ ରାତି ତାପମାତ୍ରା ୬.୫ ଡିଗ୍ରୀ, କୋରାପୁଟ ଓ ସିମିଳିଗୁଡ଼ାରେ ୮ ଡିଗ୍ରୀ, ଦାରିଙ୍ଗିବାଡ଼ିରେ ୮.୫, ଫୁଲବାଣୀରେ ୯, କିରେଇରେ ୧୧.୫ ଓ କେନ୍ଦୁଝରରେ ୧୧.୪ ଡିଗ୍ରୀ ରେକର୍ଡ଼ କରାଯାଇଛି । ସେହିପରି ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ରାତି ତାପମାତ୍ରା ସ୍ୱାଭାବିକ ଠାରୁ ୨ରୁ ୩ ଡିଗ୍ରୀ ଅଧିକ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com