ଓଡ଼ିଶା

ମୟୁରଭଞ୍ଜ, ବାଲେଶ୍ୱରରେ ବନ୍ୟା ସମ୍ଭାବନା

ସୁବର୍ଣ୍ଣରେଖା ଅବବାହିକାରେ ବନ୍ୟା ହେବ। ଲଗାଣ ବର୍ଷା ଯୋଗୁଁ ସୁବର୍ଣ୍ଣରେଖାରେ ବନ୍ୟା ସମ୍ଭାବନା ରହିଛି। ଏବେ ସୁବର୍ଣ୍ଣରେଖା ଜାମଶଳା ଘାଟରେ ଜଳସ୍ତର ବିପଦ ସଂକେତଠାରୁ ୪ ଫୁଟ ଉପରେ ରହିଛି। ବାଲେଶ୍ବର ଜିଲ୍ଲାର ଭୋଗରାଇ, ଜଳେଶ୍ବର ଓ ବସ୍ତାରେ ବନ୍ୟା ସମ୍ଭାବନା ରହିଛି ବୋଲି ସୂଚନା ଦେଇଛନ୍ତି ଏସଆରସି।

ସେହିପରି ମୟୁରଭଞ୍ଜରେ ବନ୍ୟା ସମ୍ଭାବନା ରହିଛି। ଆଜି ଅପରାହ୍ଣରେ ଜଣାପଡ଼ିବ ବନ୍ୟାର  ସ୍ଥିତି। ତେବେ ବୁଢ଼ାବଳଙ୍ଗ ବିପଦ ସଂକେତ ଟପିନାହିଁ। ବୈତରଣୀ ଆଖୁଆପଦାରେ ୧୮.୯୫ ମିଟର ଜଳସ୍ତର। ଆଖୁଆପଦାରେ ବିପଦ ସଂକେତ ଉପରେ ଜଳସ୍ତର। ସେପଟେ କାଣିନଦୀରେ ଘାଇ ହୋଇଛି। ବୈତରଣୀ ପାଇଁ ଭଦ୍ରକ ଓ ଯାଜପୁର ଜିଲ୍ଲାକୁ ସତର୍କ କରାଯାଇଛି। ଭଦ୍ରକକୁ ଦୁଇଟି ଲେଖାଏଁ ଏନଡିଆରଏଫ ଏବଂ ଓଡ୍ରାଫ୍ ଟିମ୍ ପଠାଯାଇଛି ବୋଲି ଏସଆରସି ସୂଚନା ଦେଇଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com