ଓଡ଼ିଶା

ଯୁଗ୍ମ ପ୍ରବେଶିକା ପରୀକ୍ଷାରେ ଆଦର୍ଶ ବିଦ୍ୟାଳୟର ସଫଳତା, ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଚଳିତ ବର୍ଷ ନ୍ୟାସନାଲ ଟେଷ୍ଟିଙ୍ଗ ଏଜେନ୍ସି ଦ୍ୱାରା ପରିଚାଳିତ ଯୁଗ୍ମ ପ୍ରବେଶିକ ପରୀକ୍ଷା (ଜେଇଇ ମେନ)ର ରେଜଲ୍ଟ ପ୍ରକାଶ ପାଇଛି । ଏହି ପରୀକ୍ଷାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଆଶାନୁରୂପ ସଫଳତା ହାସଲ କରିଛନ୍ତି । ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଏହି ସଫଳତାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସି ବ୍ୟକ୍ତକରିବା ସହିତ ଆଦର୍ଶ ବିଦ୍ୟାଳୟ ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକଶିକ୍ଷୟିତ୍ରୀ ଏବଂ ପରିଚାଳକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଗ୍ରାମାଞ୍ଚଳରେ ଗୁଣାତ୍ମକ ଶିକ୍ଷାର ବିକାଶ ତଥା ମେଧାବୀ ଛାତ୍ରଛାତ୍ରୀମାନଙ୍କ ଦକ୍ଷତାକୁ ଦ୍ୱିଗୁଣିତ କରିଛି ବୋଲି ଉଲ୍ଲେଖ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ଏହି ସଫଳତା ପାଇଁ ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶ, ୫-‘ଟି’ ସଚିବ ଭି କେ ପାଣ୍ଡିଆନ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଅଶ୍ୱଥି ଏସଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଏହି ପରୀକ୍ଷାରେ ୩୫ ଜଣ ଛାତ୍ରଛାତ୍ରୀ ୮୦ ପରସେନଫାଇଲ (୮୦ Percenଟ୍ଟiଝe)ରୁ ଊଦ୍ଧ୍ୱର୍ ମାର୍କ ରଖି କୃତକାର୍ଯ୍ୟ ହୋଇଥିବାବେଳେ ୧୪ ଜଣ ଛାତ୍ରଛାତ୍ରୀ ୯୦ ପରସେନଫାଇଲ (୯୦ Percenଟ୍ଟiଝe)ରୁ ଊଦ୍ଧ୍ୱର୍ମା ର୍କ ରଖି କୃତକାର୍ଯ୍ୟ ହୋଇଛନ୍ତି । ଗତବର୍ଷ ତୁଳନାରେ ଚଳିତବର୍ଷ ପରୀକ୍ଷାଫଳ ଖୁବ ଉତ୍ସାହଜନକ ବୋଲି ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ସଂଗ୍ରାମ କେଶରୀ ମହାପାତ୍ର ଜଣାଇଛନ୍ତି ।

୨୦୨୨ ରେ ୧୨ ଜଣ ଛାତ୍ରଛାତ୍ରୀ ୮୦ ପ୍ରତିଶତ ରୁ ଊର୍ଦ୍ଧ୍‌ ମାର୍କ ରଖି କୃତକାର୍ଯ୍ୟ ହୋଇଥିବାବେଳେ ୬ଜଣ ଛାତ୍ର-ଛାତ୍ରୀ ୯୦ ପ୍ରତିଶତ ରୁ ଊଦ୍ଧ୍ୱର୍ ମାର୍କ ରଖି କୃତକାର୍ଯ୍ୟ ହୋଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com