ଓଡ଼ିଶା

ଡାକ୍ତରଙ୍କ ବିନା ପରାମର୍ଶରେ ଔଷଧ ଖାଇବା କ୍ଷତିକାରକ

ଭୁବନେଶ୍ବର() ରାଜ୍ୟରେ ମହାମାରୀ ସଂକ୍ରମଣ ଦେଖି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପୁଣି ଥରେ ଜନସଚେତନତା କାର୍ୟ୍ୟକ୍ରମ ଆରମ୍ଭ ହୋଇଛି । ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ହୋଇଥିବା ସଚେତନତା କାର୍ୟ୍ୟକ୍ରମରେ ଯୋଗଦେଇ ଡାକ୍ତର ଜୟନ୍ତ ପଣ୍ଡା କହିଛନ୍ତି ରାଜ୍ୟରେ ମହାମାରୀର ତୃତୀୟ ପର୍ୟ୍ୟାୟ ଓମିକ୍ରନ ରୂପେ ଆରମ୍ଭ ହୋଇସାରିଛି ।

ଓମିକ୍ରନର ସଂକ୍ରମଣ ଅଧିକ ରହିଥିଲେ ମଧ୍ୟ ସଂକ୍ରମିତ ଗୁରୁତର ହେଉନାହାନ୍ତି । ଭୂତାଣୁ ଶରୀରକୁ ପୁରା ପ୍ରବେଶ କରିପାରୁ ନାହିଁ, ଗଳାରେ ରହୁଛି ।ତୃତୀୟ ଲହରରେ ଯେଉଁମାନେ ସଂକ୍ରମିତ ହେଉଛନ୍ତି, ସେମାନଙ୍କ ଠାରେ ଲକ୍ଷଣ ୨ ରୁ ୩ ଦିନ ରହୁଛି। ଅନ୍ୟ ଲହର ତୁଳନାରେ ଏହା କମ ରହିଛି । ଅନ୍ୟ ଲହର ପରି ଆଘ୍ରାଣ ଶକ୍ତି କମିବା ଲକ୍ଷଣ ନାହିଁ । କେବଳ ଗଳାରେ ପୀଡା ହେବା, ନାକ ବନ୍ଦ ହେବା, ଦେହ ବିନ୍ଧା ହେବା, ମୁଣ୍ଡ ବିନ୍ଧିବା ପତଳା ଝାଡା ହେବା ଏହାର ଲକ୍ଷଣ । ତୃତୀୟ ଲହରରେ ଆକ୍ରାନ୍ତଙ୍କ ବିଶେଷ ଲକ୍ଷଣ ଦେଖାଯାଉନାହିଁ । ଅଧିକାଂଶ ସଂକ୍ରମିତ ଘରେ ରହି ଚିକିତ୍ସିତ ହେଉଛନ୍ତି । କିନ୍ତୁ ଡାକ୍ତରଙ୍କ ବିନା ପରାମର୍ଶରେ ଔଷଧ ଖାଇବା କ୍ଷତିକାରକ । କୌଣସି ମଧ୍ୟ ଔଷଧ ସେବନ କରୁଥିଲେ ଡାକ୍ତରଙ୍କ ପରାମର୍ଶ ନେବାକୁ ସେ କହିଛନ୍ତି । ଉଭୟ ଡୋଜ ଟିକା ନେଇ ସାରିଥିଲେ ମଧ୍ୟ ନିୟମ ମାନିବାକୁ ପଡିବ ।

ଡାକ୍ତର ଜୟନ୍ତ ପଣ୍ଡା କହିଛନ୍ତି ସତର୍କ ନରହିଲେ ଟିକା ନେଇଥିଲେ ମଧ୍ୟ କରୋନା ହୋଇପାରେ। ଏଥିପାଇଁ ମାସ୍କ, ସାମାଜିକ ଦୂରତା ଓ କୋଭିଡ ନିୟମ ମାନିବାକୁ ପରାମର୍ଶ ଦେଇଛନ୍ତି। ଓମିକ୍ରନ ମୁକାବିଲା ପାଇଁ ରାଜ୍ୟ ସରକାର ପୁରା ପ୍ରସ୍ତୁତ ଅଛନ୍ତି । ରାଜ୍ୟର ସ୍ବାସ୍ଥ୍ୟ ଭିତ୍ତିଭୂମି ସୁଦୃଢ ଅଛି ।

Related Articles

Back to top button
WP Twitter Auto Publish Powered By : XYZScripts.com