ଓଡ଼ିଶା

ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରୁ ୭ ଦଲାଲ ଗିରଫ

ବ୍ରହ୍ମପୁର, ୧୮ /୧୦/୨୦୨୨-  ପୋଲିସର ସଫଳ ଯୋଜନା ଯୋଗୁଁ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରୁ ୭ ଜଣ ଦଲାଲ ପୁଲିସ ହାତରେ ଧରା ପଡିଛନ୍ତି । ଦଲାଲଙ୍କୁ ଧରିବାକୁ ବ୍ରହ୍ମପୁର ଏସପି ଡା. ସର୍ବଣା ବିବେକ ଏମ ଯୋଜନା କରିଥିଲେ । କୌଣସି ଥାନାକୁ ସୂଚନା ନଦେଇ ନିଜେ ଏସପି ନେତୃତ୍ୱ ନେଇଥିଲେ । ମଙ୍ଗଳବାର ସକାଳୁ ୧୫ ଜଣ କନେଷ୍ଟବଳଙ୍କୁ ବିଭିନ୍ନ ୱାର୍ଡକୁ ପଠାଇଥିଲେ । ସମସ୍ତେ ଗାଉଁଲି ବେଶରେ ଥିଲେ । କିଏ ଲୁଙ୍ଗି ଟାୱଲ ପିନ୍ଧିଥିଲେ ତ ଆଉ କିଏ ହାପ ପ୍ୟାଣ୍ଟ ସହ ମଇଳା ସାର୍ଟ ପିନ୍ଧିଥିଲେ । ସେମାନେ ବିଭିନ୍ନ ୱାର୍ଡକୁ ଯିବାପରେ ଦଲାଲ ମାନେ ତାଙ୍କ ପାଖକୁ ଆସିଥିଲେ ।

ଦଲାଲଙ୍କୁ ଦେଖି ଜଣେ କନେଷ୍ଟବଳ କାହ୍ନା ଡାକୁଆ ସୁରଟ ଯିବାର ଅଛି ଜଲଦି ଡାକ୍ତରଙ୍କୁ ଦେଖା କରାଇଦେବାକୁ କହିଥିଲେ । କହ୍ନାଙ୍କୁ ନ୍ୟୁରୋ ସର୍ଜରୀ ବିଭାଗରୁ ଘରୋଇ ଡାକ୍ତରଖାନାକୁ ନେବା ବେଳେ ଜଣେ ଦଲାଲଙ୍କୁ କାବୁ କରିଥିଲା । ପରେ ଆଉଟଡୋରରେ ବୁଲୁଥିବା ଅନ୍ୟ ଦଲାଲଙ୍କୁ ଗିରଫ କରିଥିଲା ପୁଲିସ । ଏସପି ଡା ସର୍ବଣା ବିବେକ ଏମ, ଏସଡିପିଓ ରାଜୀବ ଲୋଚନ ପଣ୍ଡା, ବୈଦ୍ୟନାଥପୁର ଥାନା ଆଇଆଇସି ରାମ କୁମାର ମୁର୍ମୁ ଓ ମେଡିକାଲ ଫାଣ୍ଡି ଅଧିକାରୀ ଭୈରବ କୁମାର ଭୁଆଁ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଘଟଣାର ତଦନ୍ତ ଜାରି ରହିଛି । ଏମାନଙ୍କ ଲିଙ୍କରେ ଯେଉଁ ମାନେ ଅଛନ୍ତି ସମସ୍ତଙ୍କୁ ଗିରଫ କରାଯିବ ବୋଲି ଏସପି କହିଛନ୍ତି । ଦୀର୍ଘ ୪ବର୍ଷ ପରେ ପୁଣି ଅପରେସନ ଦଲାଲ ଆରମ୍ଭ କରିଛି ପୋଲିସ ।

Related Articles

Back to top button
WP Twitter Auto Publish Powered By : XYZScripts.com