ଓଡ଼ିଶା

ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ପ୍ରସ୍ତୁତି, ବୁଥ୍‌ରେ ପହଞ୍ଚିଲେ ପୋଲିଂ ଅଧିକାରୀ

କଟକ() ବୁଧବାର ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ଵାଚନ ଲାଗି ହେବ ମତଦାନ । କଟକ ସଦରର ୨୩ଟି ପଞ୍ଚାୟତରେ ଭୋଟ ଗ୍ରହଣ କରାଯିବ। ଏଥିପାଇଁ ଆଜି ସଦର ଵ୍ଲକ ଅଫିସରୁ ପୋଲିଂ ପାର୍ଟିକୁ ଵୁଥକୁ ପଠାଯାଇଛି। ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ଵିଜୟ ଖଣ୍ଡାୟତରାୟଙ୍କ ତତ୍ତ୍ବାଵଧାନରେ ପୋଲିଂ ପାର୍ଟି ଗୁଡିକୁ ନିର୍ଦ୍ଧାରିତ ଵୁଥ୍ ଗୁଡିକୁ ପଠାଯାଇଛି।

ସେପଟେ ଵାରଙ୍ଗ ଵ୍ଲକରୁ ମଧ୍ୟ ପୋଲିଙ୍ଗ ପାର୍ଟି ଵାଲଟ ପେପର,ବାଲାଟ ଵାକ୍ସ ସହ ସଵୁ ଆଵଶ୍ୟକୀୟ ଜିନିଷ ନେଇ ଵୁଥରେ ପହଞ୍ଚିଛନ୍ତି। ସେହିପରି ପୋଲିସ ଫୋର୍ସ ଆଗୁଆ ଯାଇ ଵୁଥ୍ ଗୁଡିକରେ ପହଞ୍ଚି ସାରିଛନ୍ତି। ସଵୁ ଵୁଥରେ ତ୍ରିସ୍ତରୀୟ ସୁରକ୍ଷା ଵ୍ୟଵସ୍ଥା କରାଯାଇଥିବା ଡିସିପି ସୂଚନା ଦେଇଛନ୍ତି। ଆଜି ସଂଧ୍ୟାରୁ ମତଦାନ ହେଵାକୁ ଥିବା ସଵୁ ସ୍ଥାନରେ ଵ୍ଲକିଂ ଓ ଚେକିଂ ସହ ଚଢାଉ ଆରମ୍ଭ ହେଵ ଵୋଲି ଡିସିପି କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com