ଓଡ଼ିଶା

କାର୍‌ରେ ଚୋରା ଚାଲାଣ ବେଳେ ୧୩ଲକ୍ଷ ଟଙ୍କାର ଅଫିମ ଜବତ, ୫ ଅଭିଯୁକ୍ତ ଗିରଫ

ଘଟଗାଁ : କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁରରୁ ୧୩ ଲକ୍ଷ ଟଙ୍କାର ଅଫିମ ଜବତ ହୋଇଛି । ଏହାସହ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ ।

ସୂଚନାଯୋଗ୍ୟ ଯେ, ଚୋରା ଅଫିମ ନେଇ ଆସୁଥିବା ଏକ କାରକୁ କାଳିଆଡୁମା ଗାଁ ନିକଟରେ ପୋଲିସ ଧରିଥିଲା । ଗାଡିରୁ ୯ କିଲୋ ୯୪୦ ଗ୍ରାମ ଅଫିମ ଜବତ ହୋଇଛି । ଏହାସହ ୫ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ମୟୁରଭଞ୍ଜ ଜିଲ୍ଲା ରରୁଆଁର ଜନ ହାସା, ଝାଡଖଣ୍ଡର ଜାଗାଇ ସାଲୁକାଟ, ସାନି ମୁଣ୍ଡା, ଅଟୱା ମୁଣ୍ଡା ଏବଂ ଟୁରି ମୁଣ୍ଡା । ଜବତ ଅଫିମର ଆନୁମାନିକ ମୂଲ୍ୟ ପ୍ରାୟ ୧୩ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com