ଓଡ଼ିଶା

ଅଫଲାଇନ୍ ପରିକ୍ଷା ବାତିଲ ଦାବିରେ ରାସ୍ତାରୋକ କଲେ ଯୁକ୍ତ ୨ ଛାତ୍ରଛାତ୍ରୀ , କ୍ୱାଟର ପରିକ୍ଷା ମାର୍କକୁ ଭିତ୍ତି କରି ବୋର୍ଡ ମାର୍କ ଦିଆଯାଉ

ଆନନ୍ଦପୁର ଯୁକ୍ତ ୨ ଅଫଲାଇନ୍ ପରୀକ୍ଷା ବାତିଲ ଦାବିରେ ଆନନ୍ଦପୁର ଉପଖଣ୍ଡ ବିଭିନ୍ନ ଯୁକ୍ତ ୨ କଲେଜ ଛାତ୍ରଛାତ୍ରୀମାନେ ମିଳିତ ହୋଇ ରାସ୍ତାରୋକ କରିଛନ୍ତି । ଗତ ତିନୋଟି କ୍ବାଟର ପରୀକ୍ଷାରେ ମାର୍କକୁ ଭିତ୍ତି କରି ଆନୁଆଲ୍ ପରୀକ୍ଷାର ମାର୍କ ଦେବାକୁ ଦାବି ସହ ଅଫଲାଇନ୍ ଆନୁଆଲ୍ ପରୀକ୍ଷାକୁ ବାତିଲ ଜିଦ୍ ରେ ଆନନ୍ଦପୁର ସହରର କେନ୍ଦ୍ରସ୍ଥଳୀ ବ୍ରିଜ୍ ଛକଠାରେ ରାସ୍ତା ରାସ୍ତା ଉପରେ ବସି ରହିଥିଲେ ଛାତ୍ରଛାତ୍ରୀ । ଫଳରେ ଗୋଟିଏ ପଟେ ଯାଜପୁର, କେନ୍ଦୁଝର ଓ ଅନ୍ୟପଟେ ମୟୂରଭଞ୍ଜ ଓ ଭଦ୍ରକ ପଟୁ ଆସୁଥିବା ଗାଡିଗୁଡିକ ଚଳାଚଳ କରିବାରେ ବାଧା ଉପୁଜିଥିଲା । ପରେ ଆନନ୍ଦପୁର ପୋଲିସ ପହଞ୍ଚି ବୁଝାସୁଝା କରିବାରୁ ରାସ୍ତାରୋକରୁ ହଟିଥିଲେ ଛାତ୍ରଛାତ୍ରୀ ।

Related Articles

Back to top button
WP Twitter Auto Publish Powered By : XYZScripts.com