ଓଡ଼ିଶା

ଜିଲ୍ଲାସ୍ତରୀୟ ପ୍ରଧାନାଚାର୍ଯ୍ୟ ଓ ସଂପାଦକ ସମ୍ମିଳନୀ ଶିବିର

ବ୍ରହ୍ମପୁର, ୩୧/୦୭/୨୦୨୨- ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସରସ୍ଵତୀ ନଗର ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପ୍ରାଙ୍ଗଣରେ ଶନିବାର ଏକ ଜିଲ୍ଲାସ୍ତରୀୟ ପ୍ରଧାନାଚାର୍ଯ୍ୟ ଓ ସଂପାଦକ ସମ୍ମିଳନୀ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାମନ୍ଦିର ପ୍ରଧାନାଚାର୍ଯ୍ୟ ଲକ୍ଷ୍ମୀକାନ୍ତ ମିଶ୍ର ଓ ଭଗବତୀ ପ୍ରସାଦ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମକୁ ଦକ୍ଷିଣ – ପୂର୍ବ ସଂଭାଗ ସଂଯୋଜକ ପ୍ରକାଶ ଚନ୍ଦ୍ର ତ୍ରିପାଠୀ ଓ ଗଞ୍ଜାମ ଜିଲ୍ଲା ନିରୀକ୍ଷକ ସରୋଜ କୁମାର ପଟ୍ଟନାୟକ ମିଳିତ ଭାବେ  ସଂଯୋଜନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅତିଥିଭାବେ ଅବସରପ୍ରାପ୍ତ ଯାଜପୁର ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼ଃ . ବିନାୟକ ଦାସ , ଚିକିତ୍ସକ ତଥା ଦକ୍ଷିଣ- ପୂର୍ବ ସଂଭାଗ ସଭାପତି ତାରାପ୍ରସାଦ ଦାସ , ଗଞ୍ଜାମ ବିଭାଗ ପ୍ରମୁଖ ଉପେନ୍ଦ୍ର କୁମାର ପଣ୍ଡା , ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରାମଚନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇ ନୂତନ ଶିକ୍ଷାନୀତି ୨୦୨୦ ଉପରେ ଆଲୋକପାତ କରିଥିଲେ । ଏହି ସମ୍ମିଳନୀରେ ଗଞ୍ଜାମ ଓ ଗଜପତି ଜିଲ୍ଲାର ୧୨୦ ଜଣ ପ୍ରଧାନାଚାର୍ଯ୍ୟ ଓ କାର୍ଯ୍ୟକର୍ତ୍ତା ଅଂଶଗ୍ରହଣ କରିଥିବା ବେଳେ କାର୍ଯ୍ୟକ୍ରମ ବିଦ୍ୟାଳୟ ପରିସରରେ ଦୁଇଦିନ ଧରି ଚାଲୁରହିବ ବୋଲି ବିଦ୍ୟା ମନ୍ଦିର ପକ୍ଷରୁ ସୂଚନା ଦିଆଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com