ଓଡ଼ିଶା

ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତିତ୍ୱ ହାସଲ କରିଛନ୍ତି ଡୁରା ଗ୍ରାମ ନିବାସୀ ମାନସ ରଞ୍ଜନ ପାଣିଗ୍ରାହୀ

ବ୍ରହ୍ମପୁର, ୧୪/୧୦/୨୦୨୨-   ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା ଅଧିନ ରେ ଥିବା ଡୁରା ଗ୍ରାମ ନିବାସୀ ରବିନ୍ଦ୍ର ନାଥ ପାଣିଗ୍ରାହୀ ଏବଂ ଗୀତାଞ୍ଜଳୀ ପାଣିଗ୍ରାହୀଙ୍କ ପୁତ୍ର ମାନସ ରଞ୍ଜନ ପାଣିଗ୍ରାହି ଓଡିଶା ପ୍ରଶାସନିକ ସେବା-୨୦୨୦ ପରୀକ୍ଷାରେ ୧୭୨ତମ ରାଙ୍କ ରଖି କୃତିତ୍ୱ ହାସଲ କରିଛନ୍ତି । ପୂର୍ବରୁ ୨ଟି ପ୍ରଶାସନିକ ସେବା ପରୀକ୍ଷାରେ ହୋଇଥିଲେ ମଧ୍ୟ ତୃତୀୟ ଥର ପ୍ରଶାସନିକ ସେବା ପରୀକ୍ଷାରେ କୃତିତ୍ୱ ଲାଭ କରିଛନ୍ତି । ତାଙ୍କର କଠିନ ପରିଶ୍ରମ, ଆତ୍ମବିଶ୍ବାସ, ପିତାମାତା, ଗୁରୁଜନ ଏବଂ ଈଶ୍ବରଙ୍କ ଆର୍ଶୀବାଦ ତାଙ୍କ ଭବିଷ୍ୟତ ରାସ୍ତା କୁ ସଫଳ କରିଛି।

ମାନସଙ୍କ ସ୍କୁଲ ଶିକ୍ଷା ବ୍ରହ୍ମପୁର ରାମହରି ନଗର ଶିଶୁ ବିଦ୍ୟା ମନ୍ଦିର ରେ ଶେଷ କଲାପରେ ସେ ବେଙ୍ଗାଳୁରୁ ଠାରେ ବାୟଟେକ୍ନୋଲୋଜି ରେ ଏମଏସସି ସମାପ୍ତ କରିଥିଲେ।ଭୂବନେଶ୍ୱର ଥିବା ଓଡିଶା ସରକାରଙ୍କ ଆଞ୍ଚଳିକ ଉଦ୍ଭିଦ ଗବେଷଣା କେନ୍ଦ୍ର ରେ ଗତ ୪ବର୍ଷ ଧରି ଉଦ୍ଭିଦ ଉପରେ ଗବେଷଣା କରି ଆସୁଥିଲେ। ତତ୍ ସଙ୍ଗେ ସଙ୍ଗେ ଉତ୍କଳ ବିଶ୍ବବିଦ୍ୟାଳୟ ବାୟ ଟେକ୍ନୋଲୋଜି ରେ ପିଏଚଡି କରି ଆସୁଛନ୍ତି । ସେ ତାଙ୍କର ସଫଳତା ପାଇଁ ତାଙ୍କୁ ପାଠପଢା ରେ ସହଯୋଗ କରୁଥିବା ଶିକ୍ଷକ ଏବଂ ସହଯୋଗୀ ମାନଙ୍କୁ କୃତଜ୍ଞତା ଜଣାଇଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com