ଓଡ଼ିଶା

ବଡଚଣାରେ ବିଶ୍ୱ ମହିଳା ଦିବସ ପାଳିତ, ଯୋଗଦେଲେ ବିଧାୟକ

ଚଣ୍ଡିଖୋଲ :  ଆଜି ବିଶ୍ୱ ମହିଳା ଦିବସ । ଏହି ଅବସରରେ ଯାଜପୁର ଜିଲ୍ଲା ଚଣ୍ଡିଖୋଲ ବିଜୁ କଲ୍ୟାଣ ମଣ୍ଡପ ପରିସରେ ବଡଚଣା ମିଶନ ଶକ୍ତି ପକ୍ଷରୁ ବିଶ୍ୱ ମହିଳା ଦିବସ ଆୟୋଜିତ ହୋଇଯାଇଛି ।
ଆଜିର ଏହି କାର୍ଯ୍ୟକ୍ରମରେ ନାରୀନେତ୍ରୀ କିଛିନା ମହାପାତ୍ରଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ବଡଚଣା ବିଧାୟକ ଆମର ପ୍ରସାଦ ସତପଥୀ ଓ ସମ୍ମାନିତ ଅତିଥି ଭାବେ ନବ ନିର୍ବାଚିତ ଜିଲା ପରିଷଦ ସଭ୍ୟ ଅରବିନ୍ଦ ସାମଲ ,ସିଡ଼ିପିଓ  ପ୍ରମୁଖ ଯୋଗ ଦେଇଥିଲେ । ପ୍ରଥମେ ବିଜୁ କଲ୍ୟାଣ ମଣ୍ଡପ ପରିସରରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୃତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରେ ଅତିଥିମାନେ  ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ ।
ତେବେ ଆଜିକା ଦିନରେ ମହିଳା ମାନେ ଆଉ ଘର ଭିତରେ ଆବଦ୍ଧ ନାହାନ୍ତି । ଏବେ  ସମୟ ବଦଳିଛି ।   ଚଳିତ ପଞ୍ଚାୟତ ନିର୍ବାଚନରେ ମହିଳାମାନେ ରାଜନୀତିରେ  ପ୍ରବେଶ କରି ସଫଳତା ହାସଲ କରିଛନ୍ତି । ଯାହା ଆମ ପାଇଁ ଗର୍ବର କଥା । ନାରୀ ସଶକ୍ତିକରଣ ପାଇଁ ଏହା ସମ୍ଵବ ହୋଇଥିବା ଅତିଥି ମାନେ ମତପ୍ରକାଶ କରିଛନ୍ତି । କାର୍ଯ୍ୟକ୍ରମରେ ବଡଚଣା ବ୍ଲକ ସ୍ଥାନୀୟ ମହିଳା ନେତୃବୃନ୍ଦ ଓ ବହୁ ମାନ୍ୟଗଣ୍ୟ ମହିଳା  ଯୋଗଦେଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com