ଓଡ଼ିଶା

ବଡଚଣା ବ୍ଲକ୍‌ରେ ନିର୍ବାଚନୀ ହିଂସା : ୭ ଜଣଙ୍କୁ ଗିରଫ କଲା ପୋଲିସ

ଚଣ୍ଡିଖୋଲ() ନିର୍ବାଚନୀ ହିଂସା ଘଟଣାରେ ବଢୁଛି ଗିରଫଦାରୀଙ୍କ ସଂଖ୍ୟା । ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ପୋଲିସ ୭ ଜଣକୁ ଗିରଫ କରିଛି । ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ବିଭିନ୍ନ ସ୍ଥାନରେ ବୁଥ୍ ରିଗିଙ୍ଗ ଘଟଣା ସାମ୍ନାକୁ ଆସିଥିଲା । ନଳିପୁର ପଂଚାୟତର ଦୁଇ ନମ୍ବର ବୁଥ୍ ଓ ବାଲିଚନ୍ଦ୍ରପୁର ପଂଚାୟତର ୧୦ନମ୍ବର ବୁଥ୍ ଜବରଦଖଲ କରିଥିଲେ କିଛି ଦୁର୍ବୃତ୍ତ । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଉତ୍ତେଜନା ଦେଖା ଦେଇଥଲା । ନଳିପୁର ପଂଚାୟତରେ ହୋଇଥିବା ବୁଥ୍ ରିଗିଙ୍ଗ ଘଟଣାରେ ଉତ୍ୟକ୍ତ ଲୋକେ ୫୩ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ । ତିନି ଘଣ୍ଟା ଧରି ଜାତୀୟ ରାଜପଥ ଅବରୋଧ କରିଥିଲେ । ବଡ଼ଚଣା ବ୍ଲକର ବିଭିନ୍ନ ବୁଥ୍ ରେ ରି-ପୋଲିଂ ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଛି । ଅନ୍ୟପଟେ ଏହି ଘଟଣାରେ ଦୁଇଟି ପଂଚାୟତରୁ ୭ ଜଣକୁ ଗିରଫ କରିଛି ବାଲିଚନ୍ଦ୍ରପୁର ପୋଲିସ । ନଳିପୁର ପଂଚାୟତରୁ ୩ ଜଣ ଓ ବାଲିଚନ୍ଦ୍ରପୁର ପଂଚାୟତରୁ ୪ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଏ ନେଇ ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com