ଓଡ଼ିଶା

୧୦ ବର୍ଷରେ ଓଡ଼ିଶାରୁ ୧୦ କୋଟି ୪୦ ଲକ୍ଷ ଟଙ୍କାର ଜାଲ ନୋଟ୍‌ ଜବତ

ଭୁବନେଶ୍ୱର: ଓଡ଼ିଶା ବଜାରରେ ହାଉଜାଉ ହେଉଛି ଜାଲ୍‌ ନୋଟ୍‌। ପୁଲିସର ନାଲି ଆଖିକୁ ଖାତିର ନକରି ଜାଲିଆମାନେ ଜାଲ୍‌ ନୋଟ୍‌ କାରବାର କରି ଚାଲିଛନ୍ତି। ମିଳିଥିବା ସୂଚନା ମୁତାବକ ଗତ ୧୦ ବର୍ଷରେ ୧୦ କୋଟି ୪୦ ଲକ୍ଷ ଟଙ୍କାର ଜାଲ ନୋଟ୍‌ ଜବତ ହୋଇଛି। ଜାଲ ନୋଟକୁ ନେଇ ରାଜ୍ୟରେ ୧୮୦ରୁ ଅଧିକ ମାମଲା ହୋଇଥିବା ବେଳେ ୩୨୩ ଜଣ ଗିରଫ ହୋଇଛନ୍ତି।

ଗୁରୁବାର ବରଗଡ଼ ବରପାଲିରୁ ଦୁଇ ଅଭିଯୁକ୍ତ ନିକଟରୁ ୧୪ ଲକ୍ଷ ୨୯ ହଜାର ୫୦୦ ଟଙ୍କା ଜବତ କରିଛି ଏସ୍‌ଟିଏଫ୍‌। ଏହି ମାମଲାରେ ଉତ୍ତରପ୍ରଦେଶର ପତୁ ଯାଦବ ଓ ବରପାଳିର ବଳରାମ ମେହେରକୁ ଏସ୍‌ଟିଏଫ୍‌ ଗିରଫ କରିଥିଲା।

-୨୦୧୨ ମସିହାରେ ୧୫ଟି ମାମଲାରେ ୧୯ ଜଣ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ୫ ଲକ୍ଷ ୬୮ ହଜାର ୫୭୦ ଟଙ୍କାର ଜାଲ୍‌ ନୋଟ ଜବତ ହୋଇଥିଲା।

-୨୦୧୩ ମସିହାରେ ୨୩ଟି ମାମଲାରେ ୩୭ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଏକ କୋଟି ୯ ଲକ୍ଷ ୬୭ ହଜାର ୩୮୦ ନକଲି ନୋଟ୍‌ ବଜାରରୁ ଜବତ ହୋଇଥିଲା।

-୨୦୧୪ ମସିହାରେ ୨୧ ମାମଲାରେ ୨୮ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ୮ ଲକ୍ଷ ୯୩ ହଜାର ୫୮୦ ଟଙ୍କାର ଜାଲ ନୋଟ୍‌ ଜବତ ହୋଇଥିଲା।

-୨୦୧୫ ମସିହାରେ ୨୬ଟି ମାମଲାରେ ୪୬ ଗିରଫ ହୋଇଥିବା ବେଳେ ୧୫ ଲକ୍ଷ ୬୫ ହଜାର ୫୫୦ ଟଙ୍କାର ନକଲି ନୋଟ ଜବତ ହୋଇଥିଲା।

-୨୦୧୬ ମସିହାରେ ୨୧ଟି ମାମଲାରେ ୩୮ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ୪ ଲକ୍ଷ ୯୩ ହଜାର ୫୭୦ ଟଙ୍କାର ଜାଲ ନୋଟ ଜବତ ହୋଇଥିଲା।

-୨୦୧୭ ମସିହାରେ ୧୭ଟି ମାମଲାରେ ୩୮ ଜଣ ଗିରଫ ହୋଇଥିବା ବେଳେ ୪୧ ଲକ୍ଷ ୪୧ ହଜାର ୮୫୦ ଟଙ୍କାର ନକଲି ନୋଟ ଜବତ ହୋଇଥିଲା।

-୨୦୧୮ ମସିହାରରେ ୨ଟି ମାମଲାରେ ୬୧ ଜଣ ଗିରଫ ହୋଇଥିବା ବେଳେ ୧୬ ଲକ୍ଷ ୪୦ ହଜାର ୩୫୦ ଟଙ୍କାର ଜାଲ ନୋଟ ଜବତ ହୋଇଥିଲା।

-୨୦୧୯ ମସିହାରେ ୧୬ ମାମଲାରେ ୨୭ ଜଣ ଗିରଫ ହୋଇଥିବା ବେଳେ ୨୮ ଲକ୍ଷ ୫୭ ହଜାର ୮୮୦ ଜାଲ ନୋଟ୍‌ ଜବତ ହୋଇଥିଲା।

-୨୦୨୦ ମସିହାରେ ୧୩ ମାମଲାରେ ୨୩ ଜଣ ଗିରଫ ହୋଇଥିବା ବେଳେ ୬ ଲକ୍ଷ ୪୧ ହଜାର ୫୧୦ ଜାଲ୍‌ ନୋଟ ଜବତ ହୋଇଛି।

-୨୦୨୧ ମସିହାରେ କୋରାପୁଟ ଜିଲ୍ଲା ପଟାଙ୍ଗି ଥାନାରୁ ସର୍ବାଧିକ ୭ କୋଟି ୯୦ ଲକ୍ଷ ଜାଲ ନୋଟ ଜବତ ହୋଇଛି। ଏହି ଜାଲ୍‌ ନୋଟ୍‌ କାରବାର ଅଭିଯୋଗରେ ରବୀନ୍ଦ୍ର ମାନହୋର, ହରକୁମାର ସାହୁ ଓ ମନହରଣ ଲେହେର ଗିରଫ ହୋଇଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com