ଓଡ଼ିଶା

କଟକ ଘରୋଇ ବସ ମାଲିକ ସଂଘର ନିର୍ବାଚନ

କଟକ() କଟକ ଘରୋଇ ବସ ମାଲିକ ସଂଘର ନିର୍ବାଚନ ଗତ ରବିବାର ଦିନ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି । ପ୍ରତି ତିନି ବର୍ଷରେ ଅନୁଷ୍ଠିତ ହେଉଥିବା, ଏହି ନିର୍ବାଚନରେ ଚଳିତ ବର୍ଷ ପ୍ରିୟବ୍ରତ ତ୍ରିପାଠୀ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି, ସାଧାରଣ ସମ୍ପାଦକ ଭାବେ ଅଜୟ କୁମାର ବାରିକ ଏବଂ କୋଷାଧ୍ୟକ୍ଷ ଭାବେ ରବୀନ୍ଦ୍ର କୁମାର ସିଂ ନିର୍ବାଚିତ ହୋଇଥିଲେ ।

ସେହିପରି ଅନ୍ୟ ମାନଙ୍କ ମଧ୍ୟରେ ଉପସଭାପତି ଭାବେ ନିରଂଜନ ସାହୁ, ମୁରଲୀଧର ବେହେରା, ପାବିତ୍ର ମୋହନ ଖଟୁଆ, ସୁଧୀର ଚରଣ ମହାନ୍ତି ଓ କିଶୋର ଚନ୍ଦ୍ର ବିଶ୍ୱାଳ। ସହସଂପାଦକ ଆଶିଷ କୁମାର ସାହୁ, ଶିଶିର ପାତ୍ର, ବିବେକାନନ୍ଦ ଖଣ୍ଡାଇ, ପିନାକ ପାନି ଷଡ଼ଙ୍ଗୀ, ଜୟ ପ୍ରକାଶ ମହନ୍ତ ପ୍ରମୁଖ ନିର୍ବାଚିତ ହୋଇଛନ୍ତି । ସମସ୍ତେ ନିର୍ବାଚିତ ସଦସ୍ୟ ୨୦୨୨ ରୁ ୨୦୨୫ ପର୍ଯ୍ୟନ୍ତ ନିଜର କର୍ତ୍ତବ୍ୟ ସମ୍ପାଦନ କରିବେ। ଚଳିତ ନିର୍ବାଚନ ସଂଘର ସଦସ୍ୟ ମାନଙ୍କ ମଧ୍ୟରେ ଆନନ୍ଦ ଓ ଆଶାର କିରଣ ଜାଗ୍ରତ ହୋଇଥିବା ସଂଘର କିଛି ସଭ୍ୟ ମତବ୍ୟକ୍ତ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com