ଓଡ଼ିଶା

ନାବାର୍ଡ ପକ୍ଷରୁ ଏଗ୍ରି କ୍ଲିନିକ ଓ ଏଗ୍ରି ବିଜିନେସ କର୍ମଶାଳା

ବ୍ରହ୍ମପୁର, ୨୫ /୦୮/୨୦୨୨-   ଚାଷୀଙ୍କ ଆୟ ଅଭିବୃଦ୍ଧି ସହିତ ଚାଷ ସମ୍ବଦ୍ଧିୟ ରହିଥିବା ବିଭିନ୍ନ ସମସ୍ୟା ସମାଧାନ ପାଇଁ ନାବାର୍ଡ ପକ୍ଷରୁ ଏଗ୍ରି କ୍ଲିନିକ ଓ ଏଗ୍ରି ବିଜିନେସ ସମ୍ପର୍କୀୟ ଏକ କର୍ମଶାଳା ସ୍ଥାନୀୟ ବ୍ରହ୍ମପୁର ବିସିସି ବ୍ୟାଙ୍କ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ନାବାର୍ଡ ଗଞ୍ଜାମ ଜିଲ୍ଲା ଉନ୍ନୟନ ପରିଚାଳକଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଏଲଡିଏମ ଅଶୋକ ପଣ୍ଡା, ଆଞ୍ଚଳିକ ପରିଚାଳକ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଅଜୟ ନାୟକ, ଗଞ୍ଜାମ ସିଡ଼ିଏଓ ଦିଲ୍ଲୀପ ଖୁଣ୍ଟିଆ ପ୍ରମୁଖ ବିଭିନ୍ନ ଦିଗ ଉପରେ ଦିଗଦର୍ଶନ ଦେଇଥିଲେ । ନାବାର୍ଡ ଡିଡିଏମ ଚାଷୀଙ୍କ ରହିଥିବା ବିଭିନ୍ନ ସମସ୍ୟା ସହଜରେ ସମାଧାନ ପାଇଁ ଏଗ୍ରି କ୍ଲିନିକ ଓ ଏଗ୍ରି ବିଜିନେସ ସହାୟକ ହେବ ବୋଲି କହିଥିଲେ । ଏଥିରେ ସଫଳ କୃଷି ଉଦ୍ୟୋଗୀ ସତ୍ୟବାନ ପ୍ରଧାନ, ସୂବେନ ପାଣିଗ୍ରାହୀ ଓ ସୁରେନ୍ଦ୍ରନାଥ ନିଜର ସଫଳତା ଅନୁଭୂତି ସମ୍ପର୍କରେ କହିଥିଲେ । ଏଥିରେ ବିଭିନ୍ନ ବାଣିଜ୍ୟକ ବ୍ୟାଙ୍କ, ଆସ୍କା ସମବାୟ ବ୍ୟାଙ୍କ, ବିଭିନ୍ନ ସରକାରୀ ପଦାଧିକାରୀ  ଅଂଶଗ୍ରହଣ କରିଥିଲେ । ଆଦର୍ଶ ଅନୁଷ୍ଠାନ ଅଧ୍ୟକ୍ଷ ସଞ୍ଜୀବ କୁମାର ପଟ୍ଟନାୟକ ଓ ଵିଦ୍ ମୟ ସମ୍ପାଦକ ବିମଳ ପଟ୍ଟନାୟକ ପରିଚାଳନାରେ ସହଯୋଗ କରିଥିଲେ l ।

Related Articles

Back to top button
WP Twitter Auto Publish Powered By : XYZScripts.com