ଓଡ଼ିଶା

ଆରୋସ୍କା ମାଲିକ ବାବୁ ସିଂ ଗିରଫ, ୧୦ କୋଟି ଟଙ୍କାର ଥିଲା ଠକେଇ ଅଭିଯୋଗ

ଭୁବନେଶ୍ୱର() ଆରୋସ୍କା ମାଲିକ ବାବୁ ସିଂ ଗିରଫ । ୧୦ କୋଟି ଟଙ୍କା ଠକେଇ ଅଭିଯୋଗରେ ବାବୁ ସିଂ କୁଶଓ୍ୱାକୁ ଗିରଫ କଲା କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅବରୋଧ ଶାଖା । ଚନ୍ଦ୍ରକାନ୍ତ ଦାଶଙ୍କ ଅଭିଯୋଗ ଆଧାରରେ ଗିରଫ ହେଲେ ବାବୁ ସିଂହ ।

ଖବର ଅନୁଯାୟୀ, ଆରୋସ୍କା ଡିଲ୍‌ ମଲ୍ଟି ଟ୍ରେଡ୍ ପ୍ରୋପାଇଟରଙ୍କ ନାମରେ କୋଟି କୋଟି ଟଙ୍କା ଠକେଇ ଅଭିଯୋଗ ଆସିଥିଲା । ପ୍ରାୟ ୧୦ କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ଆସିଥିଲେ । ତେବେ  ଚନ୍ଦ୍ରକାନ୍ତ ଦାଶ ନାମକ ଜଣେ ବ୍ୟକ୍ତି ପ୍ରଥମେ ଆରୋସ୍କା ଡିଲ୍‌ ମଲ୍ଟି ଟ୍ରେଡ୍‌ର ପ୍ରୋପାଇଟର ବାବୁ ସିଂଙ୍କ ନାଁରେ ଠକେଇ ଅଭିଯୋଗ ଆଣିଥିଲେ । ଏହାପରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅବରୋଧ ଶାଖା ବାବୁ ସିଂ କୁଶଓ୍ୱାକୁ ଗିରଫ କରିଛି ।

ତେବେ ଗିରଫ ପରେ ଅଧିକ ତଥ୍ୟ ହାସଲ ପାଇଁ ବାବୁ ସିଂଙ୍କୁ ପଚରାଉଚରା ଜାରି ରଖିଛି କ୍ରାଇମ୍‌ବ୍ରାଞ୍ଚ ଅର୍ଥନୈତିକ ଅବରୋଧ ଶାଖା । ଏହି ଠକେଇର ଚେର କେଉଁ ପର୍ଯ୍ୟନ୍ତ ଲମ୍ବିଛି  । ସେନେଇ ମଧ୍ୟ ତଥ୍ୟ ଯୋଗାଡ଼ କରୁଛି କ୍ରାଇମ୍‌ବ୍ରାଞ୍ଚ ଅର୍ଥନୈତିକ ଅବରୋଧ ଶାଖା ।

Related Articles

Back to top button
WP Twitter Auto Publish Powered By : XYZScripts.com