ଓଡ଼ିଶା

ସାଇକେଲ ଚୋରି ଘଟଣା; ୮ ସାଇକେଲ ଜବତ, ୩ ଗିରଫ

ବ୍ରହ୍ମପୁର, ୦୩/୦୮/୨୦୨୨ – ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ବଜାର ସାହି ସ୍ଥିତ ସଶ୍ମିତା ମାର୍ଥା ନାମକ ମହିଳାଙ୍କ ବାରଣ୍ଡାରୁ ସାଇକେଲ ଚୋରି ଘଟଣାରେ ପୋଲିସ ୩ ଜଣକୁ ଗିରଫ କରିଥିବା ଜଣାପଡ଼ିଛି । ପୋଲିସ ସେମାନଙ୍କ ନିକଟରୁ ୮ ଟି ଚୋରି ସାଇକେଲ ମଧ୍ୟ ଜବତ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ କେ . ନୂଆଗାଁ ଥାନା ଅନ୍ତର୍ଗତ ଗଡ ସାମନ୍ତରାପୁର ଗ୍ରାମର ବି.ସନ୍ତୋଷ ପାତ୍ର , ଜରଡା ଥାନା ଖରଣିପଡା ଗ୍ରାମର କେ. ସୁଦାମ ଏବଂ ଟି. ରାଜକୁମାର । ଗତ କିଛି ଦିନ ଧରି ସ୍ଥାନୀୟ  ଅଞ୍ଚଳରେ ସାଇକେଲ ଚୋରି ଘଟଣା ବୃଦ୍ଧି ପାଇ ଆସୁଥିବା ବେଳେ ଜୁଲାଇ ୧୮ ତାରିଖ ସନ୍ଧ୍ୟା ୫ ଘଣ୍ଟା ସମୟରେ ସଶ୍ମିତା ନିଜ ବାରଣ୍ଡାରେ ଏକ ନୂଆ ବାଇ ସାଇକେଲ ରଖିଥିବାବେଳେ ସନ୍ତୋଷ ଏହାକୁ ଚୋରାଇ ନେଇଥିବା ବିଶେଷ ସୂତ୍ରରୁ ଜଣାପଡିବା ପରେ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ । ଏହାପରେ ଏତଲାକୁ ଭିତ୍ତି କରି ପୋଲିସ ଥାନା ମାମଲା ନଂ ୨୭୪/୨୨ ପ୍ରକାରେ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଥିଲା । ଏନେଇ ପୋଲିସ ସନ୍ତୋଷ ଘରେ ଚଢ଼ାଉ କରିବା ପରେ ତା’ ନିକଟରୁ ନୂଆ ସାଇକେଲ ସମେତ ଅନ୍ୟ ୮ ଗୋଟି ସାଇକେଲ ମଧ୍ୟ ଜବତ ହୋଇଥିଲା । ପଚରା ଉଚରା ସମୟରେ ସେ ନିଜର ଦୋଷ ସ୍ବୀକାର କରିବା ସହ ଅନ୍ୟ ଅଭିଯୁକ୍ତଙ୍କ ସଂପୃକ୍ତି ଥିବା ନେଇ ମଧ୍ୟ ପୋଲିସ ଆଗରେ ପ୍ରକାଶ କରିଥିଲା । ସମସ୍ତ ଅଭିଯୁକ୍ତଙ୍କୁ ମଙ୍ଗଳବାର ଦିନ ଦିଗପହଣ୍ଡି କୋର୍ଟ ଚାଲାଣ କରାଯିବା ପରେ ଜାମିନ ଅଭାବରୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com