ଓଡ଼ିଶା

ସମୁଦ୍ର ଭିତରେ ଓଲଟିଲା ଡଙ୍ଗା, ଅଳ୍ପକେ ବର୍ତ୍ତିଲେ ୬୦ ମତ୍ସ୍ୟଜୀବୀ

ଗଞ୍ଜାମ: ସମ୍ଭାବ୍ୟ ବାତ୍ୟା ଏବଂ ପ୍ରଶାସନର ଆଦେଶକୁ ବେଖାତିରୀର ଏକ ଅଭାବନୀୟ ସ୍ଥିତି ଦେଖିବାକୁ ମିଳିଛି  ଗଞ୍ଜାମ ଜିଲ୍ଲା ଛତ୍ରପୁର ନିକଟ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ । ଭାଗ୍ୟ ବଳରେ ବଞ୍ଚି ଯାଇଛନ୍ତି 60 ଜଣ ମତ୍ସ୍ୟଜୀବୀ ।

ଗୋଟିଏ ପଟେ ବାତ୍ୟାର ଉଗ୍ରତା ସେତେଟା ନଥିବା ଏବଂ ଅନ୍ୟ ପଟେ କୂଳରେ ଥିବାରୁ ମତ୍ସ୍ୟଜୀବୀ ମାନେ ପହଁରି ପହଁରି ଜୀବନ ରକ୍ଷା କରିବାରେ ସକ୍ଷମ ହୋଇଛନ୍ତି । ପ୍ରଶାସନ ଓ ସରକାରଙ୍କ ବାରଣ ସତ୍ତ୍ବେ 6ଟି ଡଙ୍ଗାରେ ପ୍ରାୟ 60 ଜଣ ମତ୍ସ୍ୟଜୀବୀ ସମୁଦ୍ରକୁ ମାଛ ମାରିବାକୁ ଯାଇଥିଲେ । ମାଛ ମାରି ଫେରିଲା ବେଳେ ହଠାତ୍ ସମୁଦ୍ର ଅଶାନ୍ତ ହେବା ଫଳରେ ସମସ୍ତ ଡଙ୍ଗା ବୁଡିଯାଇଥିଲା ।

ସମସ୍ତ ମତ୍ସ୍ୟଜୀବୀ ପହଁରି ପହଁରି କୂଳରେ ପହଁଞ୍ଚିଥିଲେ ବି ମାଛ, ଡଙ୍ଗା, ଜାଲ ସବୁ କିଛି ଭାସିଯାଇଛି । ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚି  ମତ୍ସ୍ୟଜୀବୀ ମାନଙ୍କୁ ଉଦ୍ଧାର କରିଥିଲେ । ସୋମବାର ଅନୁରୂପ ଏକ ଘଟଣାରେ ତଟରକ୍ଷୀବାହିନୀର ହେଲିକ୍ୟାପଟର 11 ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଥିଲା। ଏହା ସତ୍ତ୍ବେ ପୁଣି ଲୋଭରେ ପଡି ଅନ୍ୟ ମତ୍ସ୍ୟଜୀବୀ ମାଛମାରିବାକୁ ଗଭୀର ସମୁ୍ଦ୍ରକୁ ଯିବା ଘଟଣାକୁ ନେଇ ସାଧାରଣରେ ଆଶ୍ଚର୍ଯ୍ୟ ପ୍ରକାଶ ପାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com