ଓଡ଼ିଶାଶିକ୍ଷାସ୍ୱାସ୍ଥ୍ୟ

MBBS ଓ BDS ନାମଲେଖା ପାଇଁ ପ୍ରୋଭିଜନାଲ ମେରିଟ୍‌ ଲିଷ୍ଟ ପ୍ରକାଶିତ

ଭୁବନେଶ୍ୱର, ୧୭ /୧୦/୨୦୨୨-    MBBS ଓ BDS ନାମଲେଖା ପାଇଁ ପ୍ରୋଭିଜନାଲ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇଛି । ଓଡ଼ିଶାରେ ଥିବା ମେଡିକାଲ କଲେଜଗୁଡ଼ିକରେ ନାମଲେଖା ଲାଗି ୩ ହଜାର ୬୭୨ ଜଣ ଆବେଦନ କରିଥିବା ବେଳେ ୩ ହଜାର ୬୫୭ ଜଣଙ୍କ ଛାତ୍ରଛାତ୍ରୀଙ୍କ ତାଲିକା ପ୍ରକାଶ ପାଇଛି । ନିଟ୍‌ ପରୀକ୍ଷାରେ ଓଡ଼ିଶା ଟପର୍‌ ହୋଇଥିବା ପ୍ରିୟ ସୌମ୍ୟଦତ୍ତ ନାୟକ ଓଡ଼ିଶାରେ ପଢ଼ିବା ଲାଗି ନାମ ପଞ୍ଜୀକରଣ କରିଛନ୍ତି । ଓଡ଼ିଶାର ଛାତ୍ରଛାତ୍ରୀ ଉଭୟ ଏମ୍‌ବିବିଏସ୍‌ ଓ ବିଡିଏସ୍‌ ପାଠ୍ୟକ୍ରମର ରାଜ୍ୟ କୋଟାରେ ଆବେଦନ କରିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ।

ପଞ୍ଜିକରଣ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪୪୫ଜଣ ଆର୍ଥିକ ଦୁର୍ବଳ ଶ୍ରେଣୀର ରହିଛନ୍ତି । ସେମାନଙ୍କ ମଧ୍ୟରୁ ଅନୁସୂଚିତ ଜାତି ବର୍ଗର ୩୧୧, ଅନୁସୂଚିତ ଜନଜାତି ବର୍ଗର ୩୦୩, ଏନ୍‌ଆରଆଇ ବର୍ଗର ୫୩ ଓ ରାଜ୍ୟ ସରକାରଙ୍କ ସରକାରୀ ସ୍କୁଲ ବର୍ଗରେ ୩୧୧ଜଣ ରହିଛନ୍ତି । କୌଣସି ଛାତ୍ରଛାତ୍ରୀଙ୍କୁ ଅଲଗା ଇନ୍‌ଣ୍ଟିମେସନ ପଠାଯିବ ନାହିଁ ।

Related Articles

Back to top button
WP Twitter Auto Publish Powered By : XYZScripts.com