Breaking NewsFeaturedଓଡ଼ିଶା

ଲାଞ୍ଚୁଆ ପୁଲିସ୍‌ ଅଧିକାରୀ, ଭିଜିଲାନ୍ସ ଜାଲରେ ପଡ଼ିଲେ ୨ ଜଣ

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ଥାନାରେ ପଶିଲା ଭିଜିଲାନ୍ସ । ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ଥାନା ଆଇଆଇସି ଓ ଏଏସ୍ଆଇ ଭିଜିଲାନ୍ସ ଜାଲାରେ ପଡ଼ିଛନ୍ତି। ଏକ ଠିପି ବନ୍ଦ ମଦ ଦୋକାନୀଙ୍କ ଠାରୁ ମାସିକିଆ ଚାନ୍ଦା ଭାବେ ୫୦ ହଜାର ଟଙ୍କା ନେଉଥିଲେ। ଏତିକିବେଳେ ଭିଜିଲାନ୍ସ ହାବୁଡ଼ରେ ପଡ଼ଛନ୍ତି ଥାନା ବାବୁ ।

ଧରାପଡ଼ିଥିବା ଦୁଇଜଣ ହେଲେ ଚାନ୍ଦିପୁର ଥାନା ଆଇଆଇସି ଗଣେଶ୍ୱର ପ୍ରଧାନ ଓ ଏଏସ୍ଆଇ ବଳି ମହାନ୍ତି।  ଏଏସ୍ଆଇ ବଳି ମହାନ୍ତିଙ୍କ ଠାରୁ ଭିଜିଲାନ୍ସ ଲାଞ୍ଚ ଟଙ୍କା ଜବତ କରିଛି । ମାସିକିଆ ବଟି ନଦେଲେ ମଦ ଦୋକାନ ଚଳାଇ ଦେବେ ନାହିଁ ବୋଲି ପୁଲିସ ଧମକ ଦେଇଥିବା ଅଭିଯୋଗ କରିଛନ୍ତି ବ୍ୟବସାୟୀ । ଲାଞ୍ଚ ନେଇ ୨ ପୁଲିସ ଅଧିକାରୀ ଧରା ପଡ଼ିବା ପରେ ଉଭୟଙ୍କ ଆୟ ବହିର୍ଭୂତ ସମ୍ପତ୍ତିର ଖୋଳତାଡ଼ ଆରମ୍ଭ କରିଛି ଭିଜିଲାନ୍ସ। ବାଲେଶ୍ୱର ଭିଜିଲାନ୍ସରେ ମାମଲା ରୁଜୁ ହୋଇଥିବା ବେଳେ ରେଡ୍ ଜାରି ରହିଛି । ଚାନ୍ଦିପୁର ଥାନାରେ ନିଯୁକ୍ତି ପୂର୍ବରୁ ଗଣେଶ୍ଵର ପ୍ରଧାନ ଭଦ୍ରକ ପୁରୁଣା ବଜାର ଥାନାରେ ଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com