ଓଡ଼ିଶା

ରଥ ନିର୍ମାଣ ନେଇ ରଥଖଳାର ସୁରକ୍ଷା ବ୍ୟବସ୍ଥା ତଦାରଖ କଲେ ଏସପି

ପୁରୀ() ଅକ୍ଷୟ ତୃତୀୟାଠାରୁ ଆରମ୍ଭ ହୋଇଛି ରଥ ନିର୍ମାଣ କାର୍ଯ୍ୟ । ରଥଖଳାରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ରଥ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଥିବାବେଳେ ରଥଖଳାର ସୁରକ୍ଷା ବ୍ୟବସ୍ଥା ତଦାରଖ କରିଛନ୍ତି ପୁରୀ ଏସପି କନଓ୍ୱର ବିଶାଲ ସିଂ । ତିନି ରଥ ପାଇଁ ଚକ ପ୍ରସ୍ତୁତିର ଅୟଆରମ୍ଭ ହୋଇଥିବାବେଳେ ତୁମ୍ଭ କାଠ ଚିରଟ କରାଯାଇଛି । ପ୍ରାଥମିକ ଭାବରେ ୪୨ଟି ତୁମ୍ଭ ନିର୍ମାଣ କରାଯିବ । ତିନି ରଥର ତୁମ୍ଭ କାଠ ଚିରଟ କରାଯାଇ ସୁତା ବାଡ଼ିଆ ଯିବ । ପରେ ଏଥିରେ ବିନ୍ଧ କରାଯାଇ ଅର ଖଞ୍ଜା ଯାଇ ଚକ ପ୍ରସ୍ତୁତ କରାଯିବ । ମହାରଣା, ଭୋଇ ଓ କରତୀ ସେବକ ରଥ ନିର୍ମାଣ କାର୍ଯ୍ୟରେ ଲାଗିଛନ୍ତି ।

ତେବେ ଶୁକ୍ରବାର ସୁଦ୍ଧା ତିନି ରଥର ୧୩ଟି ତୁମ୍ବ ଗୋଲେଇ ତିଆରି କରିଛନ୍ତି ବିଶ୍ୱକର୍ମା । କରତି ସେବକମାନେ ୨୦ଟି ତୁମ୍ବ ଗଡ଼ କାଟିଛନ୍ତି । ଭୋଇ ସେବକମାନେ ତାଳଧ୍ୱଜ ଚାଳିକୁ ୮ଟି, ନନ୍ଦିଘୋଷ ଚାଳିକୁ ୭ଟି ଓ ଦେବୀ ରଥ ଚାଳିକୁ ୫ଟି ତୁମ୍ବ କାଠ ଦେଇଥିଲେ । କାର୍ଯ୍ୟ ଶେଷ ବେଳକୁ ତାଳଧ୍ୱଜ ଓ ଦେବୀ ରଥର ୪ଟି ଲେଖାଁଏ ଓ ନନ୍ଦିଘୋଷର ୫ଟି ତୁମ୍ବ ପ୍ରାଥମିକ ଭାବେ ଗୋଲେଇ ସରିଥିବା ଜଣାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com