ଓଡ଼ିଶା

ଜଙ୍ଗଲରୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ସାଲୁକଡାହି ଗାଁ ନିକଟ ଜଙ୍ଗଲରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ । ଅଭିଯୋଗ ପରେ ପୋଲିସ ତଦନ୍ତ ଜାରି ରଖିଛି ।

ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ସୋସୋ ଥାନା ମିଠିଗାଁର ଝିଅ ଘଷିପୁରା ଥାନା ସାଲକୁଡାହି ଗାଁର ଜଣେ ପୁଅକୁ ଭଲ ପାଉଥିଲେ ।  ଯୁବତୀ ଜଣଙ୍କ ଅଗରପଡାର ଏକ ଆଇଟିଆଇରେ ପାଠ ପଢ଼ୁଥିବା ବେଳେ ସଂପୃକ୍ତ ଯୁବକଙ୍କୁ ଖୋଜି ଖୋଜି ତାଙ୍କ ଘରେ ପହଞ୍ଚିଥିଲେ। ତେବେ ଦୁଇ ଦିନ ତଳେ ଧକୋଠା ଗାଁ ନିକଟରେ ଉଭୟଙ୍କ ମଧ୍ୟରେ ଝଗଡା ଲାଗିଥିବା ବେଳେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲା। ଘଷିପୁରା ପୋଲିସ ଉଭୟଙ୍କୁ ଥାନାକୁ ଆଣି ଆପୋଷ ସମାଧାନ ପରେ ସାଲୁକୁଡାହିରେ ଛାଡିଥିଲେ । ତେବେ ତା ପରଦିନ ସକାଳୁ ଯୁବତୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଗାଁ ନିକଟରୁ ଉଦ୍ଧାର କରାଯାଇଥିଲା। ଏହା ଆତ୍ମହତ୍ୟା ନୁହଁ ସେମାନେ ଆମ ଝିଅକୁ ମାରି ଗଛରେ ଟାଙ୍ଗି ଦେଇଥିବା କହିଛନ୍ତି ଯୁବତୀଙ୍କ ଭାଇ। ତେବେ ଘଷିପୁରା ପୋଲିସ ଅଭିଯୋଗକୁ ଆଧାର କରି ସମ୍ପୃକ୍ତ ଯୁବକକୁ ଅଟକ ରଖିବା ସହିତ ତଦନ୍ତ ଆରମ୍ଭ କରିଛି।

Related Articles

Back to top button
WP Twitter Auto Publish Powered By : XYZScripts.com