ଓଡ଼ିଶା

ଝାରସୁଗୁଡ଼ାରେ ସିବିଆଇ ରେଡ୍‌, ଚୀନ୍‌ ନାଗରିକଙ୍କ ଭିସା ନେଇ ଖୋଲତାଡ଼ କରୁଛି ଟିମ୍‌

ଝାରସୁଗୁଡ଼ା: ଝାରସୁଗୁଡ଼ାରେ ସିବିଆଇ ରେଡ୍‌ । ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍ବଙ୍କୁ ପୁଅ କୀର୍ତ୍ତି ଚିଦାମ୍ବରମ୍‌ଙ୍କ ଲିଙ୍କରେ ରେଡ୍‌ କରୁଛି ସିବିଆଇ । ଏକକାଳୀନ ୬ଟି ରାଜ୍ୟର ୯ଟି ସ୍ଥାନରେ ସକାଳ ୬ରୁ ଚାଲିଛି ରେଡ୍ ।

ଖବର ଅନୁଯାୟୀ, ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କ ପୁଅ କୀର୍ତ୍ତି ଚିଦାମ୍ବରମଙ୍କର ବେଆଇନ୍‌ ଅର୍ଥ କାରବାର ମାମଲାରେ ସିବିଆଇ ଦେଶର ୯ଟି ସ୍ଥାନରେ ଚଢ଼ାଉ କରିଛି। ଏହିକ୍ରମରେ ଝାରସୁଗୁଡ଼ାର ବେଦାନ୍ତ ଆଲୁମିନା ପ୍ରକଳ୍ପରେ ତଦନ୍ତ କରୁଛି ୭ ଜଣିଆ ସିବିଆଇ ଟିମ । ମଙ୍ଗଳବାର ସକାଳ ୭ଟାରେ ସିବିଆଇ ଝାରସୁଗୁଡ଼ାରେ ପହଞ୍ଚି ଅନେକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ସଂଗ୍ରହ କରିଥିଲେ। ଏପିରିକି ବେଦାନ୍ତ କାରଖାନାର ସିପିପି ପ୍ଲାଣ୍ଟ ନିର୍ମାଣ ଓ ପରିଚାଳନାରେ ଚାଇନା କମ୍ପାନୀ ସେପକୋକୁ ଅନୁମତି ପ୍ରଦାନ ଏବଂ ୨୫୦ରୁ ଅଧିକ ଚୀନ ନାଗରିକଙ୍କ ଭିସା ପ୍ରଦାନରେ ଅହେତୁକ ଅନୁକମ୍ପା ଦିଆଯାଇଥିଲା । ଏହି ସବୁ ଅଭିଯୋଗରେ ଦୀର୍ଘ ୬ ଘଣ୍ଟା ଧରି ଖୋଳତାଡ କରିଥିଲେ ସିବିଆଇର ଅଧିକାରୀ । ତେବେ ତଦନ୍ତରେ କମ୍ପାନୀ ପକ୍ଷରୁ ସଂପୂର୍ଣ୍ଣ ସହଯୋଗ କରାଯାଇଛି ବୋଲି ବେଦାନ୍ତ କହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com