ଓଡ଼ିଶା

ସମ୍ପତି ଆଗରେ ସଂପର୍କ ତୁଚ୍ଛ, ବାପାକୁ ମାରିଦେଲା ପୁଅ

ଢେଙ୍କାନାଳ : ସମ୍ପତ୍ତି ପାଇଁ ସର୍ବନାଶ । ଭୁଲି ଗଲା ହିତାହିତ ଜ୍ଞାନ । ନିଜ ଜନ୍ମ କଲା ବାପାକୁ ମାରିଦେଲା ପୁଅ । ଢେଙ୍କାନାଳ ଜିଲ୍ଲା କୋରିଆଁ କାଳୀସାହିରେ ଘଟିଛି ଘଟଣା ।
ଖବର ଅନୁଯାୟୀ, କାଳୀସାହିରେ ସମ୍ପତ୍ତି ପାଇଁ ବୃଦ୍ଧ ବାପା ତ୍ରିଲୋଚନ ପ୍ରଧାନଙ୍କୁ ହତ୍ୟା କରିଛି ପୁଅ । ଏହାପରେ ବାପାଙ୍କୁ ପୋଡ଼ି ଦେବାକୁ ଉଦ୍ୟମ ବେଳେ ମୃତଦେହକୁ ମଶାଣୀରୁ ଜବତ କରିଛି ଟାଉନ୍‌ ଥାନା ପୋଲିସ । ହତ୍ୟା ଅଭିଯୋଗରେ ପୁଅ ପ୍ରକାଶ ପ୍ରଧାନଙ୍କୁ ଅଟକ ରଖି ଛାନ୍‌ଭିନ୍‌ ଜାରି ରଖିଛି ପୋଲିସ ।
ତେବେ ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍‌ ଟିମ୍‌ର ସହଯୋଗ ନିଆଯାଇପାରେ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ସେହିପରି ହତ୍ୟା ଖବର ଶୁଣି ପୁରା ଗାଁରେ ଭୟର ବାତାବରଣ ସୃଷ୍ଟି ହୋଇଯାଇଛି । ତୁରନ୍ତ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com