ଓଡ଼ିଶା

ପୋଖରୀକୁ ଖସିଲା ପିଆଜ ବୋଝେଇ ଟ୍ରକ୍, ଡ୍ରାଇଭର ଓ ହେଲପର ଗୁରୁତର

ଜଳେଶ୍ବର: ଡ୍ରାଇଭରଙ୍କ ବେପରୁଆ ଗାଡି ଚାଳନା ଯୋଗୁଁ ରାସ୍ତା କଡ଼ ପୋଖରୀକୁ ଖସିଲା ପିଆଜ ବୋଝେଇ ୧୪ ଚକିଆ ଟ୍ରକ୍ । ଫଳରେ ଡ୍ରାଇଭର ଏବଂ ହେଲପର ଗୁରୁତର ହୋଇଛନ୍ତି । ଉଭୟଙ୍କୁ ବସ୍ତା ଡାକ୍ତରଖାନରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ଭୋର ସମୟରେ ନାସିକରୁ ଏକ ୧୪ଚକିଆ ଟ୍ରକ୍ ପିଆଜ ବୋଝେଇ କରି ସିଂଲା ଥାନା ପାଉଁଶକୁଲକୁ ଆସୁଥିଲା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଡ୍ରାଇଭରଙ୍କ ବେପାରୁଆ ଗାଡି ଚାଳନା ଯୋଗୁଁ ରାସ୍ତା ଭେଲୋରା ବାଇତପଡାଠାରେ  ପୋଖରୀକୁ ଟ୍ରକଟି ଓଲଟି ପଡିଥିଲା । ଫଳରେ ଡ୍ରାଇଭର ଏବଂ ହେଲପର ଉଭୟ ଟ୍ରକ୍ ଆଗ କାଚ ଭାଙ୍ଗି ବାହାରିଥିବା ବେଳେ ଗୁରୁତର ହୋଇଥିଲେ । ଉଭୟଙ୍କୁ ଗୁରୁତର ଅବସ୍ଥାରେ ବସ୍ତା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଖବର ପାଇ ଘଟଣାସ୍ଥଳରେ ସିଂଲା ପୋଲିସ ପହଞ୍ଚି ଟ୍ରକକୁ  ଜବତ କରି ତଦନ୍ତ ଜାରି ରଖିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com