Breaking NewsFeaturedଓଡ଼ିଶା

ପ୍ରେମରେ ସନ୍ଦେହ, ବଳିପଡ଼ିଲା ପୋଷ୍ଟ ମାଷ୍ଟର ସ୍ନିଗ୍ଧା ପ୍ରଧାନଙ୍କ ଜୀବନ

ପୁଲିସ୍‌ ଆଗରେ ସତ ମାନିଲା ଅଭିଯୁକ୍ତ

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ମହିଳା ପୋଷ୍ଟ ମାଷ୍ଟର ସ୍ନିଗ୍ଧା ପ୍ରଧାନ ହତ୍ୟା ମାମଲାର ପର୍ଦ୍ଦାଫାସ କରିଛି ଲେଫ୍ରିପଡ଼ା ଥାନା ପୁଲିସ । ରିପୋର୍ଟ ଅନୁସାରେ ପ୍ରେମରେ ସନ୍ଦେହରୁ ହତ୍ୟା କରିଥିଲା ପ୍ରେମିକ ନୟନ ସେଠ । ଚାକୁରେ ବାରମ୍ବାର ଭୂସି ହତ୍ୟା କରିଥିଲା। ସ୍ନିଗ୍ଧାଙ୍କ ପରିବାର ଲୋକେ ଉଭୟଙ୍କୁ ଅଲଗା କରିବା ପାଇଁ ଚେଷ୍ଟା କରୁଥିବା ସନ୍ଦେହ କରୁଥିଲା ପ୍ରେମିକ ନୟନ।

ସୋମବାର ଭେଟ ହେଲା ପରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ସେଥିରେ ଉତ୍ତ୍ୟକ୍ତ ହୋଇ ହତ୍ୟା କରିଥିଲା ନୟନ । ପୂର୍ବରୁ ହତ୍ୟା ଯୋଜନା କରି ନୂଆ ଚାକୁ କିଣି ଆଣି ଥିଲା । ପୁଲିସ୍‌ ଆଗରେ ସତ ମାନିଲା ନୟନ। ଅଭିଯୁକ୍ତ ନୟନକୁ ବୁଧବାର କୋର୍ଟ ଚାଲାଣ କରିବ ଲେଫ୍ରିପଡ଼ା ପୁଲିସ । ସୁନ୍ଦରଗଡ଼ ଲେଫ୍ରିପଡ଼ା ଥାନା ବେଲସରିଆପଡ଼ା ଜଙ୍ଗଲ ନିକଟ ବିଲ ରେ ହତ୍ୟା କରି ଫିଙ୍ଗି ଦେଇଥିଲା । ହତ୍ୟା ପରେ ସ୍ନିଗ୍ଧାଙ୍କ ମାଆକୁ WhatsAap ରେ ହତ୍ୟା କରିଥିବା କହି ମେସେଜ ସହିତ ଲୋକେସନ ସେୟାର କରିଥିଲା ଅଭିଯୁକ୍ତ। ସେପଟେ ଯୁବତୀ ଜଣକ ନିଖୋଜ ଥିବା ପରିବାର ପକ୍ଷରୁ ଥାନା ଏତଲା ଦିଆଯାଇଥିଲା। ବୁଧବାର ମିଳିଛି ମୃତଦେହ। ତେଲେନଡିହି ପୋଷ୍ଟ ଅଫିସରେ ବ୍ରାଞ୍ଚ ପୋଷ୍ଟ ମାଷ୍ଟର ଭାବରେ କାର୍ଯ୍ୟ କରୁଥିଲେ ସ୍ନିଗ୍ଧା। ମୃତ ଯୁବତୀଙ୍କ ଘର ହେମଗିରି ଥାନା ଟିକିଲିପଡ଼ା ବୋଲି ଜଣାପଡିଛି।

Related Articles

Back to top button
WP Twitter Auto Publish Powered By : XYZScripts.com