ଐତିହ୍ୟ ଓ ସଂସ୍କୃତିଓଡ଼ିଶା

ଲୋକ କଳା ଉଜ୍ଜୀବିତ ରଖିବା ପ୍ରୟାସ ଆବଶ୍ୟକ 

ବ୍ରହ୍ମପୁର, ୧୦/୦୮/୨୦୨୨-  କଳା ଓ କଳାକାର ହିତୈଷୀ ମହାମଞ୍ଚ “ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ” ପକ୍ଷରୁ ସ୍ଥାନୀୟ ଗିରି ମାର୍କେଟ ଛକ ସ୍ଥିତ ପ୍ରକାଶମ୍ ହଲ୍ ପରିସରରେ ଗ୍ରାମୀଣ ନାଟ୍ୟ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ବରିଷ୍ଠ ଯାତ୍ରା ଅଭିନେତା ରାଜେନ୍ଦ୍ର ମୋହନ ପତି, ଦକ୍ଷିଣ ଓଡ଼ିଶା ମଞ୍ଚ କଳାକାର ସମ୍ମିଳନୀ ସଭାପତି କେ. ବଳରାମ ଦାସ, ଭଞ୍ଜ ପାଲା କଳାକାର ସଂଘ ସଭାପତି ବଳରାମ ପଣ୍ଡା, ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ଆଚାର୍ଯ୍ୟ, ପ୍ରମୁଖ ଅତିଥି ଭାବରେ ଯୋଗଦେଇ କେବଳ ପରିବେଷଣ ମାଧ୍ୟମରେ କଳା ବଞ୍ଚି ରହିବ ତାନୁହେଁ ବରଂ ସରକାର ଲୋକ କଳା ଓ ଲୋକ ନାଟକକୁ ଜନ ଚେତନାରେ ଉଜ୍ଜୀବିତ ରଖିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ମହାସଂଘ ସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ସ୍ବାଗତ ଭାଷଣ କ୍ରମରେ ଗ୍ରାମୀଣ ନାଟ୍ୟ ଦିବସ ପାଳନ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ମହାସଂଘ ପକ୍ଷରୁ ବରିଷ୍ଠ ଶିକ୍ଷାବିତ୍ ଭିକାରୀ ଚରଣ ପଟ୍ଟନାୟକ, ନାଟ୍ୟ ପରିଚାଳକ ପ୍ରକାଶ ଚନ୍ଦ୍ର ଗୌଡ, ଗାୟକ ଭୂଷଣ କୈଳାସ ପାତ୍ର, ଲୋକ ନାଟକ ନିର୍ଦ୍ଦେଶକ ଜାଗିଲି ପାଣିଗ୍ରାହୀ, ଅଭିନେତା ଭୀମସେନ ପାତ୍ର ଓ ବାସୁ ପାତ୍ରଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା । ପ୍ରତାପଗିରି ସ୍ଥିତ ଶ୍ରୀଶ୍ରୀ ଜଗନ୍ନାଥ ରାମଲୀଳା ନାଟ୍ୟ ସଂଘ ପ୍ରଯୋଜିତ ଲୋକ ନାଟକ ରାମଲୀଳା ପରିବେଷଣ ଦର୍ଶକଙ୍କୁ ବିମୁଗ୍ଧ କରିଥିଲା । ସ୍ୱର ବିବୁଧ ରମେଶ ଚନ୍ଦ୍ର ସ୍ୱାଇଁ ସଂଘ ଗୀତ “ସବୁ କଳାକାର ଏକ ପରିବାର” ଗାନ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସୁଦାମ ପଟ୍ଟନାୟକ, ସଙ୍ଗୀତଜ୍ଞ ପ୍ରହଲ୍ଲାଦ ବେହେରା, ପ୍ରଦୀପ କୁମାର ସାହୁ, ଚାନ୍ଦମାମା ବେହେରା, ପିଙ୍କି ପରିଡ଼ା ପ୍ରମୁଖ ସହଯୋଗ କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com