ଓଡ଼ିଶା

ସାମୁହିକ ଇସ୍ତଫା ଦେଲେ କୋରାଇ ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ କମିଟିର ସମସ୍ତ ସଦସ୍ୟ

ଯାଜପୁରରୋଡ୍ () ରାଜ୍ୟ କଂଗ୍ରେସରେ ଦଳୀୟ ବିଶୃଙ୍ଖଳା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ସଂଗଠନ ଦାୟିତ୍ବରେ ଥିବା ନେତାଙ୍କ ଅପାରଗତା ଓ ଦଳୀୟ କନ୍ଦଳ ପାଇଁ ଅନେକ ନେତା ଓ କର୍ମୀ କଂଗ୍ରେସ ଦଳ ଛାଡୁଥିବା ଦେଖିବାକୁ ମିଳୁଛି। ଏହି ପରିପ୍ରେକ୍ଷୀରେ ବୁଧବାର ଯାଜପୁର ଜିଲ୍ଲା କୋରାଇ ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ କମିଟିର ସମସ୍ତ ସଦସ୍ୟ ଦଳରୁ ସାମୁହିକ ଇସ୍ତଫା ଦେଇଛନ୍ତି । କମିଟିର ସଭାପତି ପ୍ରିୟବ୍ରତ ସାହୁଙ୍କ ସମେତ ଅନ୍ୟ କର୍ମକର୍ତ୍ତା ଓ ଯୁବ କଂଗ୍ରେସର ଶତାଧିକ କର୍ମୀ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ।

ରାଜ୍ୟ ଯୁବ କଂଗ୍ରେସ ସଭାପତି ସ୍ମୃତିରଞ୍ଜନ ଲେଙ୍କାଙ୍କ ଅପାରଗତା ଓ ଦଳୀୟ ଅବହେଳାକୁ ଦର୍ଶାଇ ସମସ୍ତେ ଦଳ ଛାଡିଥିବା ଜଣାପଡିଛି। ଏନେଇ ବୁଧବାର ବ୍ୟାସନଗରଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଯୁବ କଂଗ୍ରେସ କମିଟିକୁ ଅଣଦେଖା କରାଯାଇଛି। ଏଥିସହିତ ଯୁବ କଂଗ୍ରେସକୁ ଦୁର୍ବଳ କରିବାକୁ ରାଜ୍ୟ ସଭାପତି ସ୍ମୃତିରଞ୍ଜନ ଲେଙ୍କା ହୀନ ଚକ୍ରାନ୍ତ କରୁଥିବା ଦଳ ଛାଡିଥିବା ଯୁବ କଂଗ୍ରେସ ସଭାପତି କହିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com