ଜାତୀୟ

କୁତବ ମିନାରକୁ ବିଷ୍ଣୁ ସ୍ତମ୍ଭର ମାନ୍ୟତା ଦେବାକୁ ହିନ୍ଦୁ ଗୋଷ୍ଠୀଙ୍କ ବିକ୍ଷୋଭ

ନୂଆଦିଲ୍ଲୀ: ପୁଣି ଗୋଟିଏ ଐତିହାସିକ ସ୍ମାରକୀର ନାଁ ବଦଳାଇବାକୁ ମେଳି କରିଛନ୍ତି ହିନ୍ଦୁ ଗୋଷ୍ଠୀ। ଦିଲ୍ଲୀରେ ଥିବା ପ୍ରସିଦ୍ଧ କୁତବ ମିନାରକୁ ବିଷ୍ଣୁ ସ୍ତମ୍ଭ ଭାବେ ମାନ୍ୟତା ଦେବାକୁ ଆଜି ବିକ୍ଷୋଭ କରିଛନ୍ତି ତଥାକଥିତ ହିନ୍ଦୁ ସଂଗଠନର ସଦସ୍ୟ। ଆଜି ସକାଳୁ ମହକାଳ ମାନବ ସେବା ଓ ଅନ୍ୟ କିଛି ଦକ୍ଷିଣ ପନ୍ଥୀ ସଂଗଠନର ସଦସ୍ୟମାନେ କୁତବ ମିନାର ନିକଟରେ ଏକାଠି ହୋଇଥିଲେ। ସେମାନେ ଏହାର ନାଁ ପରିବର୍ତ୍ତନ ପାଇଁ ନାରାବାଜୀ କରିବା ସହ ବିଭିନ୍ନ ପ୍ରକାରର ପ୍ଲାକାର୍ଡ ପ୍ରଦର୍ଶନ କରିଛନ୍ତି।

ହିନ୍ଦୁ ଗୋଷ୍ଠୀର ବିକ୍ଷୋଭ ବେଳେ ଶତାଧିକ ପୁଲିସ୍‌ କର୍ମୀମାନେ ମଧ୍ୟ ସେଠାରେ ଉପସ୍ଥିତ ରହିଥିଲେ। କୁତବ ମିନାରକୁ ୟୁନେସ୍କୋ ପକ୍ଷରୁ ବିଶ୍ୱ ଐତିହ୍ୟର ମାନ୍ୟତା ମିଳିଛି। ସାରା ବିଶ୍ୱରେ ଭାରତର କୁତବ ମିନାର ପ୍ରସିଦ୍ଧି ଲାଭ କରିଛି। ଏହା ସତ୍ତ୍ୱେ ତଥାକଥିତ ହିନ୍ଦୁ ଗୋଷ୍ଠୀ ଏହାର ନାଁ କୁତବ ମିନାର ବଦଳରେ ବିଷ୍ଣୁ ସ୍ତମ୍ଭ ରଖିବାକୁ ଦାବି କରିଛନ୍ତି।

ବିକ୍ଷୋଭକାରୀମାନେ ବିଭିନ୍ନ ପ୍ରକାରର ନାରାବାଜୀ କରିବା ସହ କୁତବ ମିନାର ପାଖରେ ହନୁମାନ ଚାଳିଶା ମଧ୍ୟ ପାଠ କରିଛନ୍ତି। ପୁଲିସ୍ ବିକ୍ଷୋଭକାରୀଙ୍କୁ ବୁଝାସୁଝା କରିଥିଲେ ମଧ୍ୟ କିଛି ବି ଲାଭ ମିଳି ନଥିଲା। ଶେଷରେ ସେମାନଙ୍କୁ ବିକ୍ଷୋଭସ୍ଥଳରୁ ବଳପୂର୍ବକ ଅନ୍ୟ ସ୍ଥାନକୁ ପୁଲିସ୍ ଗାଡ଼ିରେ ନିଆଯାଇଥିଲା।

ଏହି ସବୁ ରାସ୍ତାର ନାଁ ମୋଗଲ ଶାସକଙ୍କ ନାଁ ଅନୁସାରେ ହୋଇଛି। ତେଣୁ ଏଗୁଡ଼ିର ନାଁ ବଦଳାଇବାକୁ ସେ ଉତ୍ତର ଦିଲ୍ଲୀ ନଗର ପାଳିକା ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି। ଦିଲ୍ଲୀରେ ଥିବା ରାସ୍ତାଗୁଡ଼ିକର ନାଁ ମହାରାଣା ପ୍ରତାପ, ଗୁରୁ ଗୋବିନ୍ଦ ସିଂହ, ମହର୍ଷୀ ବାଲ୍ମିକୀ ଓ ଜେନେରାଲ ବିପନ ରାୱତ ରଖିବାକୁ ସେ ଦାବି କରିଛନ୍ତି।

Related Articles

Back to top button