ଜାତୀୟରାଜନୀତି

ଉଦ୍ଧବଙ୍କ ମୁଖ୍ୟମନ୍ତ୍ରୀ ପଦ ଟଳମଳ, ମାନୁନାହାନ୍ତି ବିଦ୍ରୋହୀ

ମୁମ୍ବାଇ : ଅସନ୍ତୁଷ୍ଟ ବିଦ୍ରୋହୀ ବିଧାୟକଙ୍କୁ ମନାଇବାରେ ସକ୍ଷମ ହୋଇପାରୁ ନାହାନ୍ତି ମୁଖ୍ୟ ମନ୍ତ୍ରୀ ଉଦ୍ଧବ ଠାକରେ । କୌଣସି ମୁହୁର୍ତ୍ତରେ ମହାରାଷ୍ଟ୍ରରେ ରାଜନୈତିକି ସମୀକରଣ ବଦଳିବାର ଆଶଙ୍କା ଦେଖାଦେଇଛି । ଏଥି ସହ ଉଦ୍ଧବଙ୍କ ମୁଖ୍ୟମନ୍ତ୍ରୀ ପଦ ମଧ୍ୟ ଏବେ ଟଳମଳ । ୪୦ ରୁ ଅଧିକ ବିଧାୟକ ବିଦ୍ରୋହୀ ହେବା ପରେ ଏବେ ଆଉ ୧୭ ସାଂସଦ ସିନ୍ଦେଙ୍କୁ ସମର୍ଥନ ଦେଉଥିବା ଚର୍ଚ୍ଚା ହେଉଛି । ଏମାନଙ୍କ ମଧ୍ୟରେ ବାସିମ୍ ସାଂସଦ ଭାବନା ଗାବିତ, ଠାଣେ ସାଂସଦ ରାଜନ ବିଚାରେ, ରାମଟେକ୍ ସାଂସଦ କୃପାଳ ତୁମାନେ ଆଦି ନିଜ ନିଜର ସମର୍ଥନ ସିନ୍ଦେଙ୍କୁ ଜଣାଇସାରିଛନ୍ତି । ଆଉ କିଛି ସାଂସଦ ଏକାନାଥଙ୍କୁ ନିଜର ସମର୍ଥନ ଜଣାଇ କହିଛନ୍ତି ଯେ, ଆମେ ପାର୍ଟିର ହିତ ପାଇଁ ସବୁ କିଛି କରିପାରିବୁ । ସେପଟେ ଦଳରେ ବିଦ୍ରୋହୀଙ୍କ ସଂଖ୍ୟା ବଢୁଥିବାରୁ ଚିନ୍ତାରେ ପଡିଛନ୍ତି ପାର୍ଟି ସୁପ୍ରିମୋ ଉଦ୍ଧବ । ବୁଧବାର ସୋସିଆଲ୍ ମିଡିଆରେ ଲାଇଭ ପ୍ରେସମିଟ୍ କରି ସେ ନିଜର ବିଦ୍ରୋହୀ ବିଧାୟକମାନେଙ୍କୁ ଫେରିଆସିବା ପାଇଁ କହିଥିଲେ କିନ୍ତୁ ଏହାର କିଛି ଫଳ ପଡ଼ିନଥିଲା ଅଥବା ପରିସ୍ଥିତିରେ ସୁଧାର ଆସିନଥିଲା । ସ୍ଥିତି ସଜାଡ଼ିବାକୁ ଶିବସେନା ପକ୍ଷରୁ ବିଧାୟକ ଦଳ ବୈଠକ ଡକାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com