Featuredଜାତୀୟରାଜନୀତି

ନୂଆ ନିର୍ବାଚନ କମିଶନର ହେଲେ ଅରୁଣ ଗୋଏଲ

ନୂଆ ନିର୍ବାଚନ କମିଶନର ଭାବେ ଦାୟିତ୍ବ ନେଲେ ଅରୁଣ ଗୋଏଲ । ବିଧିବଦ୍ଧ ଭାବେ ସେ ଆଜି ଦିୟିତ୍ବ ଗ୍ରହଣ କରିଛନ୍ତି । ଶନିବାର ଦିନ ନୂଆ ନିର୍ବାଚନ କମିଶନର ଭାବେ ପୂର୍ବତନ ଆଇଏଏସ୍ ଅଫିସର ଅରୁଣ ଗୋଏଲଙ୍କ ନାଁରେ ମୋହର ଲାଗିଥିଲା । ୧୯୮୫ ମସିହାର ପଞ୍ଜାବ କ୍ୟାଡର ଆଇଏଏସ୍ ଅଫିସର ଥିଲେ ଅରୁଣ ଗୋଏଲ । ଦାୟିତ୍ବ ନେବା ପୂର୍ବରୁ ସେ ତାଙ୍କ ପପଦୀରୁ ଇସ୍ତଫା ଦେଇଥିଲେ । ଅବସରପ୍ରାପ୍ତ ଆଏଏସ ଅରୁଣ ଗୋୟଲଙ୍କୁ ନିର୍ବାଚନ କମିଶନର ନିଯୁକ୍ତ କରି ରାଷ୍ଟ୍ରପତି ଖୁସୀ ବ୍ୟକ୍ତ କରିଛନ୍ତି।

ଏବେ ନୂଆ ଦାୟିତ୍ୱ ମିଳିବା ପରେ ଆଗାମୀ ରାଜ୍ୟମାନଙ୍କର ହେବାକୁ ଥିବା ନିର୍ବାଚନରେ ସେ କାମରେ ଯୋଗ ଦେବେ। ନିର୍ବାଚନ କମିଶନର ନିଯୁକ୍ତି ପୂର୍ବରୁ ଅରୁଣ ଉଦ୍ୟୋଗ ବିଭାଗର ସଚିବ ଓ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟରେ ଦାୟିତ୍ୱ ସମ୍ଭାଳି ସାରିଛନ୍ତି।.

Related Articles

Back to top button
WP Twitter Auto Publish Powered By : XYZScripts.com