ଜାତୀୟ

ଦିଲ୍ଲୀରୁ ଦୁବାଇ ଯାଉଥିଲା ସ୍ପାଇସଜେଟ୍ ବିମାନ, ପାକିସ୍ତାନରେ କଲା ଜରୁରୀ ଅବତରଣ…

ନୂଆଦିଲ୍ଲୀ:  ଜରୁରିକାଳୀନ ଅବତରଣ କଲା ସ୍ପାଇସଜେଟ୍ ବିମାନ । ମଝି ଆକାଶରେ ଯାନ୍ତ୍ରିକ ତ୍ରୁଟି ପରେ ବିମାନଟି ପାକିସ୍ତାନରେ ଜରୁରୀ ଅବତରଣ କରିଛି । ତେବେ ବିମାନଟି ନୂଆଦିଲ୍ଲୀରୁ ଦୁବାଇ ଯାଉଥିଲା ବୋଲି ଜଣାପଡିଛି । ହେଲେ ଏହାର ଇଣ୍ଡିକେଟର ଲାଇଟରେ କିଛିଟା ତ୍ରୁଟି ପରିଲକ୍ଷିତ ହୋଇଥିଲା ।

କରାଚୀ ବିମାନ ବନ୍ଦରରେ ଜରୁରିକାଳୀନ ଅବତରଣ ପରେ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ତେବେ ଏହା ଜରୁରୀ ଅବତରଣ ନୁହେଁ ବରଂ ସାଧାରଣ ଭାବେ ଅବତରଣ ବୋଲି ସ୍ପାଇସଜେଟ୍ ପକ୍ଷରୁ ସଫେଇ ଦିଆଯାଇଛି । ଏବେ ଆଉ ଏକ ବିମାନ କରାଚୀ ପଠାଯାଇଛି । ସେଥିରେ ଯାତ୍ରୀଙ୍କୁ ଦୁବାଇ ନିଆଯିବ ବୋଲି କମ୍ପାନୀ କହିଛି ।

ଘଟଣା ବାବଦରେ ଡିଜିସିଏର ବୟାନ ମଧ୍ୟ ସାମ୍ନାକୁ ଆସିଛି । କୁହାଯାଇଛି ଯେ, ଜଣେ କର୍ମଚାରୀ ଫୁଏଲ ଟ୍ୟାଙ୍କରରେ ଇଣ୍ଡିକେଟର ଫୁଏଲର ମାତ୍ରା ଦ୍ରୁତ ଗତିରେ ହ୍ରାସ ପାଉଥିବା ଦେଖିଥିଲେ । ଯାଞ୍ଚ ପରେ କିଛି ତ୍ରୁଟି ନଥିବା ଓ ଲିକେଜ୍ ନଥିବା ବି ଜଣାପଡିଥିଲା । ଏହାସତ୍ତ୍ୱେ ବି ଇଣ୍ଡିକେଟର ଫୁଏଲ କମ୍ ଥିବା ଦେଖାଇଥିଲା ।ତେଣୁ ବିମାନକୁ କରାଚୀରେ ଲ୍ୟାଣ୍ଡି କରିବାକୁ ପଡିଥିଲା ।

ସୂଚନାଯୋଗ୍ୟ, ଚଳିତ ମାସ ୨ ତାରିଖରେ ସ୍ପାଇସଜେଟର ଆଉ ଏକ ବିମାନରେ ସମସ୍ୟା ଦେଖାଦେଇଥିଲା । ଦିଲ୍ଲୀରୁ ଜବଲପୁର ଯାଉଥିବା ବିମାନରୁ ଧୂଆଁ ବାହାରିବା ପରେ ଏହାକୁ ଜରୁରୀ ଅବତରଣ କରିବାକୁ ପଡିଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com