ଓଡ଼ିଶା

କାର୍‌-ବାଇକ୍‌ ମୁହାଁମୁହିଁ ଧକ୍କା, ସ୍ୱାମୀ-ସ୍ତ୍ରୀ ମୃତ

ବରଗଡ: କାର୍‌-ବାଇକ୍‌ ମୁହାଁମୁହିଁ ଧକ୍କା । ଏହି ମର୍ମନ୍ତୁଦ  ଦୁର୍ଘଟଣାରେ ସ୍ୱାମୀ-ସ୍ତ୍ରୀଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଗଣେଶ ରାମ ଓ ତାଙ୍କ ପତ୍ନୀ ସନ୍ତୋଷିନୀ ସାହୁ ବୋଲି ଜଣାପଡିଛି । ବରଗଡ଼ ଜିଲ୍ଲା ବରପାଲି ଥାନା ସରଣ୍ଡାପାଲି ଗାଁ ଗ୍ରୀଡ ନିକଟରେ ଘଟିଛି ଏହି ଦୁର୍ଘଟଣା ।

ଖବର ଅନୁଯାୟୀ, ବରଗଡ଼ କେଶେଇପାଲି ନିଜ ଗାଁକୁ ଏକ ବାହାଘରରେ ଯୋଗ ଦେବାକୁ ଯାଉଥିଲେ । ଠିକ୍ ଏହି ସମୟରେ ବରପାଲି ଥାନା ସରଣ୍ଡାପାଲି ଗାଁ ଗ୍ରୀଡ୍‌ ନିକଟରେ ଏକ କାର୍‌ଟି ବାଇକ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଯାହାଫଳରେ ବାଇକ୍‌ରେ ଥିବା ସ୍ୱାମୀ-ସ୍ତ୍ରୀଙ୍କ ମୃତ୍ୟୁ ହୋଇଛି । ସେପଟେ କାର ଚାଳକ ରାହୁଲ ଗୋୟଲଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ବରପାଲି ପୋଲିସ ।

Related Articles

Back to top button
WP Twitter Auto Publish Powered By : XYZScripts.com