ଓଡ଼ିଶା

ବ୍ରଜରାଜ ନଗରରେ ବିଜେଡ଼ିର ବାଜିମାତ୍, ୬୬ ହଜାରରୁ ଉର୍ଦ୍ଧ୍ୱ ଭୋଟରେ ଅଳକା ବିଜୟୀ

ବ୍ରଜରାଜନଗର ବିଧାନସଭା ଉପନିର୍ବାଚନରେ ବିଜେଡିର ବିପୁଳ ବାଜିମାତ୍ । ସୂଚନା ଅନୁଯାୟୀ ୬୬ ହଜାର ୧୨୨ ଭୋଟରେ ବିଜୟ ଲାଭ କରିଛନ୍ତି ବିଜେଡି ପ୍ରାର୍ଥୀ ତଥା ସ୍ବର୍ଗତ କିଶୋର ମହାନ୍ତିଙ୍କ ବିଧବା ପତ୍ନୀ ଅଳକା ମହାନ୍ତି । ସେ ମୋଟ୍ ୯୩ ହଜାର ୭ଶହ ୯୦ଟି ଭୋଟ୍ ପାଇଥିବା ବେଳେ, ଦ୍ବିତୀୟରେ ଅଛନ୍ତି କଂଗ୍ରେସ ନେତା କିଶୋର ପଟେଲଙ୍କୁ ମିଳିଛି ୨୭ହଜାର ୫ଶହ ୬୫ ଖଣ୍ଡ ଭୋଟ୍ । ବିଜେପି ନେତ୍ରୀ ତଥା ପୂର୍ବତନ ବ୍ରଜରାଜନଗର ବିଧାୟିକା ରାଧାରାଣୀ ପଣ୍ଡା ୨୨ହଜାର ୩ଶହ ୧୬ ଖଣ୍ଡ ଭୋଟ୍ ସହ ତୃତୀୟ ସ୍ଥାନରେ ରହିଛନ୍ତି । ଏହି ଉପନିର୍ବାଚନ ବ୍ୟକ୍ତିଗତ ଭାବେ ରାଧାରାଣୀ ଓ ରାଜ୍ୟ ବିଜେପି ପାଇଁ ନିହାତି ନିରାଶାଜନକ । ଆଶାତୀତ ବିଜୟ ପରେ ଏବେ ବିଜେଡି ଶିବିରରେ ଚାଲିଛି ବିଜୟ ଉତ୍ସବ। ବିଜୟୀ ନେତ୍ରୀ ଅଳକା ମହାନ୍ତି ଏହି ସଫଳତାର ଶ୍ରେୟ ଜନସାଧାରଣ ଓ ବିଜେଡି ସୁପ୍ରିମୋ ଏବଂ ଦଳୀୟ କର୍ମୀଙ୍କୁ ଦେଇଛନ୍ତି । ଅତୀତରେ କଂଗ୍ରେସର ଗଡ଼ କୁହାଯାଉଥିବା ବ୍ରଜରାଜନଗର ଏହି ଉପ-ନିର୍ବାଚନ କଂଗ୍ରେସ ପାଇଁ ବିଜୟ ମୁକୁଟ ଦେଇ ନ ଥିଲେ ବି ବିଜେପିକୁ ପଛରେ ପକାଇବାରେ ସଫଳ ହେଇଛି । ବିଧାୟକ କିଶୋର ମହାନ୍ତିଙ୍କ ଏକାଳ ବିୟୋଗ କାରଣରୁ ବ୍ରଜରାଜନଗରରେ ଏହି ଉପନିର୍ବାଚନ କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com