ଓଡ଼ିଶା

ବିଦୁ୍ୟତ୍ କାଟକୁ ନେଇ କ୍ଷୋଭ ପ୍ରକାଶ କଲେ ଅମର ଓ ଧର୍ମେନ୍ଦ୍ର, କହିଲେ…

ରାଜ୍ୟର ପ୍ରାୟ ସମସ୍ତ ଅଞ୍ଚଳରେ ଚାଲିଛି ଘନଘନ ବିଦୁ୍ୟତ କାଟ । ନେତା ଠାରୁ ଜନତା ସମସ୍ତେ ଅସହ୍ୟ ଗରମରେ ଅସ୍ତବ୍ୟସ୍ତ । ବାରମ୍ବାର ଅଘୋଷିତ ବିଦୁ୍ୟତ କାଟ ହେଉଥିବାରୁ ଏବେ ସବୁଆଡେ ଅସନ୍ତୋଷ ବଢିବାରେ ଲାଗିଛି । ରାଜ୍ୟରେ ବିଦୁ୍ୟତ ବିଭ୍ରାଟ ନେଇ ଟାଟା ପାୱାର ଉପରେ ବର୍ଷିଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ ।

ସେ କହିଛନ୍ତି ଲୋଡ ବାଲାନ୍ସିଂ ଠିକ ଭାବେ ହୋଇପାରୁ ନଥିବାରୁ ଲାଇନ କଟୁଛି । ବିଦୁ୍ୟତ ବିତରଣରେ ଗ୍ୟାପ ବା ସଟଫଲ ରହୁଥିବାରୁ ତାହାକୁ ଟାଟା ପାୱାର ଟାଇମ ଟୁ ଟାଇମ ରିଭୁ୍ୟ କରୁନି କି ସମୟ ଅନୁସାରେ ଅପଗ୍ରେଡ ବି କରାଯାଉନି । ସେଇଟା କରିବାର ଏବେ ସମୟ ଆସିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ରାଜ୍ୟ ସରକାର ଜାତୀୟ ବିପତ୍ତିକୁ ସଫଳତାର ସହ ମୁକାବିଲା କରିପାରୁଛନ୍ତି । ହେଲେ ଟାଟା ପାୱାର ଗୋଟେ ଘରୋଇ ସଂସ୍ଥା ହୋଇ କରିପାରୁନି । ସେଇଟା ସବୁଠୁ ଅଧିକ ଆଶ୍ଚର୍ଯ୍ୟ ଲାଗୁଛି ।
ବାଇଟ-ଅମର ପଟ୍ଟନାୟକ

ଅନ୍ୟପଟେ ଅଘୋଷିତ ବିଦୁ୍ୟତ କାଟକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ କ୍ଷୋଭ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଶକ୍ତି ବିଭାଗରେ ଥିବା ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ବିଜେଡି ନେତାଙ୍କର ପରସ୍ପର ବିରୋଧୀ ମନ୍ତବ୍ୟ ଶୁଣିବାକୁ ମିଳୁଛି । ଏହା ରାଜ୍ୟ ସରକାରଙ୍କ ଶାସନଗତ ବିଫଳତାର ସବୁଠୁ ଚରମ ନିଦର୍ଶନ ।

ଓଡିଶାର କୋଇଲାରେ ଭାରତର ଅନେକ ରାଜ୍ୟରେ ବିଜୁଳି ଉତ୍ପାଦିତ ହୁଏ । କିନ୍ତୁ ଦୀପ ତଳ ଅନ୍ଧାର ଭଳି ରାଜ୍ୟରେ ଏତେ ପରିମାଣରେ କୋଇଲା ଓ ଜଳ ବିଦୁ୍ୟତ୍ ପ୍ରକଳ୍ପ ଥିବା ସତ୍ୱେ ବି ରାଜ୍ୟ ସରକାରଙ୍କ ବିଫଳତା କାରଣରୁ ଲୋକମାନେ ହଇରାଣ ହେଉଛନ୍ତି । ଫଳରେ ଓଡିଶାରେ ଶାସନ ବିଫଳ ହୋଇଛି । ସେହିପରି ମୁଖ୍ୟ ଶାସନ ସଚିବଙ୍କ ବସ୍ତବ୍ୟ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ୍ର କହିଛନ୍ତି ଯଦି ଶାସନ ମୁଖ୍ୟ ଶାସନ ବ୍ୟାବସ୍ଥା ହୁଗୁଳି ଗଲାପରେ ଚଳିବନି ବୋଲି କହିବେ ତେବେ କିଏ ଚଲାଇବ । ଶକ୍ତିମନ୍ତ୍ରୀ ବି ବିତଣ୍ଡା ତର୍କ ବାଢିଚନ୍ତି । ମନ୍ତ୍ରୀ ଓ ସଚିବ ମାନଙ୍କ ବକ୍ତବ୍ୟରେ ତାଳମେଳ ନାହିଁ । ତେଣୁ ବୟାନ ବାଜି ଏବଂ ସାଙଅକେତିକ କାମରୁ ସରକାର ନିବୃତ୍ତ ହୋଇ ଗଭର୍ଣ୍ଣାସ କାମରେ ଲାଗନ୍ତୁ ।

ସେପଟେ ବିଦୁ୍ୟତ ବିଭ୍ରାଟ ପ୍ରସଙ୍ଗରେ ଶକ୍ତିମନ୍ତ୍ରୀ ପ୍ରତାପ ଦେବ ଯେପରି ମୌନ ବ୍ରତ ଧାରଣ କରିଛନ୍ତି । ତେବେ ଅଘୋଷିତ ବୁଦୁ୍ୟତ କାଟକୁ ନେଇ ବିରୋଧୀଙ୍କ ଠାରୁ ଆସମ୍ଭ କରି ସାଧାରଣ ଜନତା ସମସ୍ତେ ରଜ୍ୟ ସରକାରଙ୍କ ଉପରକୁ ଆଙ୍ଗୁଳି ଉଠେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com