ଓଡ଼ିଶା

ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର, ୨ ମୃତ

ବ୍ରହ୍ମଗିରି: ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର । ଡ୍ରାଇଭର ସମେତ ୨ ଜଣଙ୍କର ମୃତ୍ୟୁ ହୋଇଛି । ଶନିବାର ବିଳମ୍ବିତ ରାତିରେ ପୁରୀରୁ ବ୍ରହ୍ମଗିରି ଅଭିମୁଖେ କାରଟି ଆସୁଥିଲା । ନାଗାଛକ ନିକଟରେ କାରଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଥିଲା ।  ଏହି ମର୍ମନ୍ତୁଦ ଦୁର୍ଘଟଣାରେ କାରର ମାଲିକ ଧୀରୁ ପଲାଇ ଓ ଡ୍ରାଇଭର ନବା ଖାଁ ଓରଫ ବାବୁର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି କାର ଭିତରୁ ମୃତଦେହ ଉଦ୍ଧାର କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com