ଓଡ଼ିଶା

୨୦୩୦ ମସିହା ସୁଦ୍ଧା ଓଡ଼ିଶାକୁ ବାଲ୍ୟ ବିବାହ ମୁକ୍ତ କରାଯିବ

ଭୁବନେଶ୍ୱର, ୦୭/୦୮/୨୦୨୨-  ଓଡ଼ିଶା ହେବ ବାଲ୍ୟ ବିବାହ ମୁକ୍ତ । ୨୦୩୦ ମସିହା ସୁଦ୍ଧା ଓଡ଼ିଶାକୁ ବାଲ୍ୟ ବିବାହ ମୁକ୍ତ କରାଯିବା ନେଇ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ସହରାଞ୍ଚଳର ବିଭିନ୍ନ ୱାର୍ଡ ଓ ଗାଁକୁ ଏଥିରେ ସାମିଲ କରାଯିବ । ଏଥିପାଇଁ ସମ୍ପୃକ୍ତ ୱାର୍ଡ ବା ଗାଁରେ ଗତ ୨ ବର୍ଷ ହେଲା ବାଲ୍ୟ ବିବାହ ହୋଇ ନଥିବା ଆବଶ୍ୟକ । ରାଜ୍ୟର ଭୁବନେଶ୍ୱର, କଟକ, ରାଉରକେଲା, ସମ୍ବଲପୁର ଓ ବ୍ରହ୍ମପୁର ମ୍ୟୁନିସିପାଲିଟି ଅଞ୍ଚଳରେ ଏହାକୁ ଖୁବଶୀଘ୍ର ଲାଗୁ କରାଯିବ । ଏଥିପାଇଁ ରାଜ୍ୟ ସରକାର ମହିଳା ଓ ଶିଶୁ ବିକାଶ ବିଭାଗ ଏକ ଗାଇଡଲାଇନ୍ ପ୍ରସ୍ତତ କରି ସ୍ୱତନ୍ତ୍ର ରଣନୀତି ଆପଣାଇଛନ୍ତି । ଯାହା ଖୁବଶୀଘ୍ର କାର୍ଯ୍ୟକାରୀ ହେବ ।

Related Articles

Back to top button
WP Twitter Auto Publish Powered By : XYZScripts.com