ଓଡ଼ିଶା

ବଲାଙ୍ଗିର କେ.ମାର୍ଟରେ ଭୟଙ୍କର ଅଗ୍ନିକାଣ୍ଡ

ବଲାଙ୍ଗିର: ବଲାଙ୍ଗିର ଖଦାଲପଡ଼ାରେ ଥିବା କେ.ମାର୍ଟରେ ହୋଇଛି ଭୟଙ୍କର ଅଗ୍ନିକାଣ୍ଡ । ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବାହିନୀର ଉଦ୍ୟମ ଜାରି ରହିଛି । କେ.ମାର୍ଟରେ ଏକାଧିକ ବ୍ୟାଙ୍କ ସହ ଫାଇନାନ୍ସ କମ୍ପାନୀ ରହିଛି ।

ସେହିପରି ସୁବର୍ଣ୍ଣପୁର ବୀରମହାରାଜପୁର ବ୍ଲକ ବହଲପଦର ଗାଁରେ ନିଆଁ ଲାଗିଛି । ଏହି ଅଗ୍ନିକାଣ୍ଡ ଫଳରେ ୫ ବଖରା ଘର ଜଳିଯାଇଛି । ଆସବାବପତ୍ର ସହ ୪ ଛେଳି ଜୀବନ୍ତ ଦଗ୍ଧ ହୋଇଥିବା ଜଣାପଡିଛି । ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବିଭାଗ ।

Related Articles

Back to top button
WP Twitter Auto Publish Powered By : XYZScripts.com