ଓଡ଼ିଶା

ପଞ୍ଚାୟତ ରେଜଲ୍ଟକୁ ନେଇ ଅପରାଜିତା ଷଡ଼ଙ୍ଗୀଙ୍କ ବଡ଼ ବୟାନ, ଜାଣନ୍ତୁ କ’ଣ କହିଲେ

ଭୁବନେଶ୍ୱର : ରାଜ୍ୟରେ ଏଥର ପଞ୍ଚାୟତ ନିର୍ବାଚନରେ ବିପୁଳ ଭୋଟ୍ ହାସଲ କରିଛି ବିଜେଡି । ରେଜଲ୍ଟରେ ବିଜେଡିର ପାଖ ମାଡ଼ିପାରିନାହାନ୍ତି ବିରୋଧୀ । ଅନ୍ୟପଟେ ବିରୋଧୀ ଦଳ ବିଜେପି ଓ କଂଗ୍ରେସର କର୍ମୀମାନେ ଏହାକୁ ନେଇ ଭିନ୍ନ ଭନ୍ନ ମତ ଦେଉଥିବା ଶୁଣିବାକୁ ମିଳୁଛି । ଏହାରି ମଧ୍ୟରେ ପଞ୍ଚାୟତ ଫଳାଫଳକୁ ନେଇ ସାଂସଦ ଅପରାଜିତା ଷଡ଼ଙ୍ଗୀ ବଡ଼ ବୟାନ ଦେଇଛନ୍ତି ।

ସାଂସଦ ଅପରାଜିତାଙ୍କ କହିବା ମୁତାବକ, ‘ସୂର୍ଯ୍ୟାସ୍ତ ପରେ ସୂର୍ଯ୍ୟୋଦୟ ହୁଏ । ଅନ୍ଧକାର ପରେ ହିଁ ପ୍ରକାଶ ଆସିବ । ଆମର ତ୍ରୁଟି ଅଛି, ବିଜେପିର ମଧ୍ୟ ତ୍ରୁଟି ଅଛି । ଦକ୍ଷତା ଅନୁଯାୟୀ ପ୍ରଦର୍ଶନ ହେଲାନି, ସମୀକ୍ଷା ଚାଲିଛି । ଏବେ ବି କର୍ମୀଙ୍କ ଭିତରେ ଉତ୍ସାହ ଓ ଆତ୍ମବିଶ୍ୱାସ ରହିଛି ।’ ଏହା ସହ ପଞ୍ଚାୟତ ଫଳାଫଳ ପୌର ଉପରେ ପଡିବ ନାହିଁ ବୋଲି ସେ କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com